Only for Entertainment

ସାମ୍ନାକୁ ଆସିଲା ଜାହ୍ନବୀ କପୁରଙ୍କ ଫିଲ୍ମ ‘ଗୁଞ୍ଜନ ସକସେନା’ର ପ୍ରଥମ ଲୁକ, ଆଇଏଏଫ ଅଫିସର ଭାବେ ନଜର ଆସିଲେ ଅଭିନେତ୍ରୀ

latestly
24

ଅଭିନେତ୍ରୀ ଜାହ୍ନବୀ କପୁର ଏବେ ନିଜର ଆଗାମୀ ଫିଲ୍ମ ଗୁଞ୍ଜନ ସକସେନାକୁ ନେଇ ଚର୍ଚ୍ଚାରେ । ଏହି ଫିଲ୍ମରେ ଜାହ୍ନବୀ କପୁର ଭାରତୀୟ ବାୟୁସେନା ପାଇଲଟ ଗୁଞ୍ଜନ ସକସେନାଙ୍କ ଭୂମିକାରେ ନଜର ଆସିବେ । ଗୁଞ୍ଜନ ୧୯୯୯ କାରଗିଲ ଯୁଦ୍ଧରେ ମୁଖ୍ୟ ଭୂମିକା ତୁଲାଇଥିଲେ । ଇତି ମଧ୍ୟରେ ଫିଲ୍ମର ପ୍ରଥମ ଲୁକ ପୋଷ୍ଟରକୁ ମେକର୍ସ ରିଲିଜ କରିଛନ୍ତି । ପୋଷ୍ଟରରେ ଜାହ୍ନବୀ ଜବରଦସ୍ତ ଅନ୍ଦାଜରେ ନଜର ଆସୁଛନ୍ତି ।

ରିଲିଜ କରାଯାଇଥିବା ୩ଟି ପୋଷ୍ଟରକୁ ଜାହ୍ନବୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଗୋଟିଏ ପୋଷ୍ଟରରେ ଜାହ୍ନବୀ ହାତରେ କାଗଜ ପ୍ଲେନ ଧରିଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଲେଖାଯାଇଛି ଝିଅମାନେ ପାଇଲଟ ହୁଅନ୍ତି ନାହିଁ ।


ଦ୍ୱିତୀୟ ପୋଷ୍ଟରରେ ଜାହ୍ନବୀ ପାଇଲଟ ୟୁନିଫର୍ମରେ ନଜର ଆସିଛନ୍ତି । ଏହି ପୋଷ୍ଟରରେ ଫିଲ୍ମର ନାମ ସହିତ ଲେଖିହୋଇଛି ଭାରତର ପ୍ରଥମ ମହିଳା ପାଇଲଟ ଯେ ଯୁଦ୍ଧୁକୁ ଯାଇଥିଲେ ।


ସେହିପରି ତୃତୀୟ ପୋଷ୍ଟରରେ ଜାହ୍ନବୀ କପୁର ଫିଲ୍ମରେ ତାଙ୍କ ପିତା ଭୂମିକାରେ ଅଭିନୟ କରିଥିବା ପଙ୍କଜ ତ୍ରିପାଠୀଙ୍କୁ ଆଲିଙ୍ଗନ କରିଥିବାର ନଜର ଆସିଛନ୍ତି । ଏହି ପୋଷ୍ଟରରେ ଲେଖାହୋଇ ଛି ‘ମୋ ଝିଅର ଉଡିବା କେହି ରଖି ପାରିବେ ନାହିଁ । ଗୁଞ୍ଜନ ସକସେନା- ଦ କାରଗିଲ ଗର୍ଲ ।’ ଶରଣ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ବାୟୋପିକ ଆଗାମୀ ବର୍ଷ ୧୩ ମାର୍ଚ୍ଚରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More