Only for Entertainment

ରେଳଷ୍ଟେସନର ଲକରରେ ମା’ ରଖିଥିଲା ଶିଶୁର ମୃତଦେହ !

bbc
25

ଜାପାନରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ଜଣେ ମା’ ନିଜ ସନ୍ତାନ ସହ ଏପରି ବ୍ୟବହାର କରିପାରିବ ତାହାକୁ କେହି ବିଶ୍ୱାସ କରିପାରୁନାହାଁନ୍ତି । ପୁଲିସ ଅଭିଯୁକ୍ତ ମା’ଙ୍କୁ ଗିରଫ କରିଛି । ଅଭିଯୋଗ ହୋଇଛି ଯେ, ମହିଳା ଜଣଙ୍କ ଏକ ମୃତ ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ଶିଶୁଟିର ସଂସ୍କାର କରିବା ପରିତ୍ତେର୍ତ୍ତ ତା’ର ଶବକୁ ୫ବର୍ଷ ଧରି ଲକର ଭିତରେ ଲୁଚାଇ ରଖିଥିଲେ । ଟୋକିଓ ସହରର ଏକ ରେଳଷ୍ଟେସନର ଲକରରୁ ଏହି ଶବ ଜବତ ହୋଇଛି ।

ଷ୍ଟେସନର କର୍ମଚାରୀ ଲକର ଭିତରୁ ଦୁର୍ଗନ୍ଧ ଆସୁଥିବା ଅଭିଯୋଗ ଉପରିସ୍ଥ ଅଧିକାରୀଙ୍କୁ କରିଥିଲେ । ପରେ ଲକର ଖୋଲାଯାଇଥିଲା । ଭିତରୁ ପଚାସଢା ଶବ ମିଳିଥିଲା । ପରେ ଏହି ଲକରର ଅଧିକୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା । ତଦନ୍ତ ସମୟରେ ମହିଳା ଜଣଙ୍କ ସ୍ୱୀକାର କରିଥିଲେ ଯେ, ମୃତ ଶିଶୁ ଜନ୍ମ ଦେବାପରେ ମୁଁ ବିଚଳିତ ହୋଇପଡିଥିଲି । ଏହି କାରଣରୁ ଶିଶୁଟିର ଅନ୍ତିମ ସକ୍ରାର କରିନଥିଲି, ଲକରରେ ବନ୍ଦ କରି ପଳାଇଥିଲି । ତେବେ ମହିଳା ଜଣଙ୍କ ସତକଥା କହୁନଥିବା ହୃଦବୋଧ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More