Only for Entertainment

ଏହି ଦେଶରେ ଛୁଆ ଜନ୍ମ କଲେ ମିଳୁଛି ଲକ୍ଷ ଲକ୍ଷ ଟଙ୍କା ।

punjab kesari
21

ଘଟଣା ହେଉଛି ଜାପାନର ଏକ ସହରର । ଏହି ସହର ନିଜ ନାଗରିକଙ୍କ ଛୁଆ ଜନ୍ମ ପାଇଁ ବିଭିନ୍ନ ପ୍ରକାରର ସୁବିଧା ଦେଉଛି । ଏହା ସହିତ ନଗଦ ଟଙ୍କା ମଧ୍ୟ ଦେଉଛି । ଦକ୍ଷିଣ ଜାପାନର ଛୋଟ କୃଷି ପ୍ରଧାନ ସହର ହେଉଛି ନାଗି । ଏହାର ଜନସଂଖ୍ୟା ପ୍ରାୟ ୬୦୦୦ । ଏଠାରେ ଲୋକଙ୍କ ପ୍ରାଥମିକତା ଟଙ୍କା ନୁହେଁ ବରଂ ସୁସ୍ଥ ଏବଂ ଭଲ ଜୀବନ ।
୨୦୦୪ ମସିହାରୁ ଏଠାରେ ଛୁଆ ଜନ୍ମ ପାଇଁ ଟଙ୍କା ଦିଆଯାଉଛି । କାରଣ ଏଠାରେ ବୟସ୍କଙ୍କ ସଂଖ୍ୟା ଅଧିକ ଏବଂ ଜନ୍ମ ହାର କମ ରହିଛି । ଯାହା ଖୁବ ଚିନ୍ତାର ବିଷୟ ସାଜିଛି ସେମାନଙ୍କ ପାଇଁ । ପରିବାର ଯଦି ବଡ଼ ହୋଇଥାଏ ଟଙ୍କା ମଧ୍ୟ ଅଧିକ ମିଳୁଛି । ପ୍ରଥମ ପିଲା ହେଲେ ପ୍ରାୟ ୬୩ ହଜାର । ଦ୍ୱିତୀୟ ପିଲା ହେଲେ ପ୍ରାୟ ଦେଢ ଲକ୍ଷ ଏବଂ ୫ମ ପିଲା ହେଲେ ପ୍ରାୟ ୪ ଲକ୍ଷରୁ ଅଧିକ ଟଙ୍କା ମିଳୁଛି । ଏହା ବ୍ୟତୀତ ଶସ୍ତା ଦାମରେ ଘର, ମାଗଣା ଟୀକାକରଣ ଏବଂ ସ୍କୁଲ ଆଡମିଶନ ଆଦି ଘର୍ଚ୍ଚ ମଧ୍ୟ ବହନ କରାଯାଉଛି । ସବୁଠାରୁ ଖାସ କଥା ହେଉଛିଯେ ଲୋକ ଏଠାରେ ପରିବାର ସହିତ ରହିବାକୁ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More