Only for Entertainment

ଏହିକାରଣରୁ ଫିଲ୍ମ ଏବଂ ଟିଭି ଛୋଟ ପରଦାରେ ଅଭିନୟ କରିବାକୁ ଚାହାନ୍ତି ନାହିଁ ‘ଜସ୍ସି’ !

42

ଟିଭି ସିରିଅଲ ‘ଜସି ଜେସି କୋଇ ନେହି’ସିରିଅଲରୁ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ମୋନା ସିଂ ପୂର୍ବ ବର୍ଷ ନିଜ ୱେବସିରିଜ ‘ୟେ ମେରୀ ଫ୍ୟାମିଲି’ରୁ ଡିଜିଟାଲ ଦୁନିଆରେ ଧମାଲ ମଚାଇ ଏବେ ସୁପରହିଟ ସିରିଜ ‘ କହନେ କୋ ହମସଫର ହେ’ର ଆଉ ଏକ ସିଜନ ନେଇ ଆସୁଛନ୍ତି ।

ମୋନାଙ୍କ କହିବା ମୁତାବକ ୱେବସିରିଜ, ଟିଭି ଏବଂ ଫିଲ୍ମ ରେ ଅଭିନୟ କରିବା ଭିତରେ ଅନେକ ତଫାତ । ଜଣେ କଳାକାର ପାଇଁ ତିନୋଟି ଯାକ ପ୍ଲାଟଫର୍ମ ଭିନ୍ନ ଅଟେ । ଟିଭି ସିରିଅଲରେ ଅଭିନୟ କରିବା ଏକ ଲମ୍ବା ପ୍ରୋସେସ ଅଟେ । ସିରିଅଲରେ ଅଭିନୟ କରିବା ପାଇଁ ଅନେକ ସମୟ ପରିଶ୍ରମ କରିବାକୁ ପଡିଥାଏ । ଫିଲ୍ମରେ ଖୁବ କମ ଏବଂ ୱେବସିରିଜରେ ବହୁତ କମ । ଏହି କାରଣରୁ ତାଙ୍କୁ ୱେବସିରିଜ କରିବା ପସନ୍ଦ ।

ନିକଟରେ ଅଷ୍ଟ୍ରେଲିଆରୁ ଫେରି ମୋନା କହିଥିଲେ ‘ୟେ ମେରି ଫ୍ୟାମିଲି ଶୋ’ ଶୋରେ ତାଙ୍କ ଅଭିନୟରେ ଦର୍ଶକ ଭଲ ପ୍ରତିକ୍ରିୟା ଦେଇଥିଲେ । ଲୋକମାନେ ତାଙ୍କୁ ସୋସିଆଲ ମିଡିଆରେ ଅନେକ ମେସେଜ କରି ପ୍ରଶଂସା ମଧ୍ୟ କରିଥିଲେ । ‘କହନେ କୋ ହମ ସଫ ମଧ୍ୟ’ ସିରିଜ ମଧ୍ୟ ଏକ ସିଚୁଏସନାଲ ଫ୍ୟାମିଲି ଶୋ’ ଅଟେ । ଆଗକୁ ମଧ୍ୟ ସେ ଏଭଳି ଶୋ’ କରିବେ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More