Only for Entertainment

ଚ୍ୟାରିଟି ପାଇଁ ପେଣ୍ଟିଂ ବିକ୍ରି କଲେ ପପ୍ ସିଙ୍ଗର ଜଷ୍ଟିନ ବୀବର

youth incorporated magazine
0 50

ବିଭିନ୍ନ ଅସୁବିଧା ସମୟରେ ବଲିଉଡ ଅଭିନେତାମାନେ ପୀଡ଼ିତଙ୍କୁ ସାହାର୍ଯ୍ୟ କରିଥିବା କଥା ବହୁ ସମୟରେ ସାମ୍ନାକୁ ଆସିଛି । ଅଭିନେତାମାନେ ଚାରିଟେବଲ ଚଲାଉଥିବା କଥା ମଧ୍ୟ ନଜର ଆସିଛି । କିନ୍ତୁ ଏହିଥର ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଯାହା ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟଜନକ । ଅବଶ୍ୟ ଏଭଳି ଏକ ଘଟଣା ପୂର୍ବରୁ ମଧ୍ୟ ଥରେ ଦେଖିବାକୁ ମିିଳିଥିଲା ।
ବାସ୍ତବରେ କାଲିଫର୍ଣ୍ଣଆ ଜଙ୍ଗଲରେ ନିଆଁ ଲାଗିଥିବା ଫଳରେ ବହୁ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କେତେକ ବାସହରା ମଧ୍ୟ ହୋଇ ପଡ଼ିଛନ୍ତି । ସେମାନଙ୍କୁ କିଛି ମାତ୍ରାରେ ସାହାର୍ଯ୍ୟ କରିବା ପାଇଁ କାନାଡ଼ିଆନ ପପ୍ ସିଙ୍ଗର ଜଷ୍ଟିନ ବୀବର କିଛି ପ୍ରୟାସ କରିଛନ୍ତି । ସେ ଜିସସ କ୍ରାଇଟର କ୍ରସ ଚିହ୍ନ ଥିବା ପେଣ୍ଟିଂକୁ ଇଂଷ୍ଟାଗ୍ରାମ ଆକାଉଂଟରେ ନିଲାମ କରିଛନ୍ତି । ସେ ସେଥିରେ ଲେଖିଛନ୍ତିଯେ ‘ମୁଁ କାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଆଁରେ ପୀଡ଼ିତ ମାନଙ୍କୁ ସାହାର୍ଯ୍ୟ ପାଇଁ ଏହି ପେଣ୍ଟିଂକୁ ବିକ୍ରି କରିବାକୁ ଚାହୁଁଛି’ । ଏହି ଧାର୍ମିକ ପେଣ୍ଟିଂର ନାମ ହେଉଛି କେଲବରୀ । ଏହା ବିକ୍ରି ହେବାପରେ ଯେତିକି ଟଙ୍କା ମିଳିବ ସେ ସେହି ଟଙ୍କାରେ ପୀଡ଼ିତଙ୍କୁ ସାହାର୍ଯ୍ୟ କରିବେ ।

ଖବର ଅନୁସାରେ ସାଉଥ କାଲିଫର୍ଣ୍ଣିଆ ଜଙ୍ଗଲରେ କିଛି ଦିନ ପୂର୍ବରୁ ୬୫ହଜାର ଏକର ଜମିରେ ନିଅାଁ ଲାଗିଥିଲା । ଏଥିପାଇଁ ରାଜ୍ୟରେ ଆପାତକାଳ ଜାରି କରାଯାଇଥିଲା । ଦେଢ ଲକ୍ଷ ଲୋକଙ୍କୁ ହଟା ଯାଇଥିଲା । ତେବେ ନିଆଁରେ ୧୬୦ଟି ବିଲଡିଙ୍ଗ ଜଳି ଯାଇଥିଲା । ଏହା ପୂର୍ବରୁ ଲାସ ବେଗାସ ସୁଟିଂର ଘଟଣାରେ ପୀଡ଼ିତଙ୍କୁ ସାହାର୍ଯ୍ୟ କରିବା ପାଇଁ ବ୍ରିଟିନୀ ସ୍ପିୟର୍ସ ତାଙ୍କ ପେଣ୍ଟିଂକୁ ୧୦ହଜାର ଡଲାରରେ ବିକ୍ରି କରିଥିଲେ । ତାହା ମଧ୍ୟ ନିଅାଁ ଜନିତ ସମସ୍ୟା ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More