Only for Entertainment

ଖଣ୍ଡଗିରି ଯାତ୍ରାରେ ଦର୍ଶକଙ୍କ କାନକୁ କାମୁଡିଲେ ଆଇଟମ ଗର୍ଲ !

92

ଖଣ୍ଡଗିରିରେ ଚାଲିଛି ଯାତ୍ରା ଲଢେଇ । ତେବେ ଶନିବାର ଏହି ଯାତ୍ରାର ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା । ଆଇଟମ୍ ଡ୍ୟାନ୍ସର ରାନୀ ହଠାତ୍ ଓହ୍ଲାଇଥିଲେ ମଂଚ ତଳକୁ । ଜଣେ ଦର୍ଶକଙ୍କ କାନକୁ କାମୁଡି ଦେଇଥିଲେ । ତେବେ ଜାଣନ୍ତୁ ପୁରା ଘଟଣା କଣ ଥିଲା . . .

ଖଣ୍ଡଗିରି ଯାତ୍ରାରେ ଅଭାବନୀୟ ଘଟଣା । ରାଗିଗଲେ ଛତିଶଗଡ ଆଇଟମ୍ ଗର୍ଲ । ମଂଚ ତଳକୁ ଓହ୍ଲାଇଲେ । କାମୁଡିଦେଲେ ଦର୍ଶକଙ୍କ କାନକୁ । ଶନିବାର ଯାତ୍ରା ସଚିଦାନନ୍ଦରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଯାହାକୁ ନେଇ ପୁରା ରାଜଧାନୀରେ ଚର୍ଚ୍ଚା । ଲାଇଟ୍ ସାଉଣ୍ଡ ଓ ମ୍ୟୁଜିକରେ କମ୍ପୁଥିଲା ଖଣ୍ଡଗିରିର ଯାତ୍ରା ପେଣ୍ଡାଲ । ହଟ୍ ହଟ୍ ନଟି ନଟି ଡ୍ୟାନ୍ସରେ ଦର୍ଶକ ହେଉଥିଲେ ଦିବାନା । ଆଉ ଏହାରି ଭିତରେ ଏପରି ଏକ ଘଟଣା ଘଟିଛି ଯାହା ସବୁଠି ଚର୍ଚ୍ଚାର ବିଷୟ । ଯାତ୍ରା ସଚିଦାଚନ୍ଦ ପେଣ୍ଡାଲରେ ଏହି ଘଟଣା ଘଟିଛି ଛଟିଶଗଡ ଆଇଟମ୍ କୁଇନ୍ ରାନୀ ଙ୍କ ସହ ।

କ୍ୟାମେରାରେ କଏଦ୍ ହୋଇଥିଲା ଏହି ସବୁ ଘଟଣା । ପ୍ରଥମ ଡ୍ୟାନ୍ସରେ ଦର୍ଶକଙ୍କୁ ଦିବାନା ବନେଇ ଦେଇଥିଲେ ରାନୀ । ଦ୍ୱିତୀୟ ଥର ଡ୍ୟାନ୍ସ ବେଳେ ମଂଚ ତଳେ ଘଟିଗଲା ଏପରି କିଛି.. . . । ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢେଇବାକୁ ମଂଚରୁୁ ଓହ୍ଲାଇ ଆସିଥିଲେ ରାନୀ । ରାନୀଙ୍କୁ ଏତେ ପାଖରେ ପାଇ ଦର୍ଶକଙ୍କ ମଧ୍ୟରେ ବସିଥିବା ଜଣେ ଯୁବକ କରିଥିଲେ କିଛି ଏପରି ହରକତ୍ , ଯାହାକୁ ନେଇ ହଠାତ୍ ରାଗି ଉଠିଲେ ରାନୀ । ମଂଚକୁ ଯାଉଥିବା ବେଳେ ହଠାତ୍ ଫେରି ଆସିଲେ, ଆଉ କାମୁଡିଦେଲେ ଯୁବକଙ୍କ କାନକୁ ।

ତେବେ ଅଭିଯୋଗ ଆସୁଛି , ବର୍ଷକୁ ବର୍ଷ ଖଣ୍ଡଗିରି ଯାତ୍ରାରେ ଅଶ୍ଳିଳତା ବି ବଢିବାରେ ଲାଗିଛି । ଚଳିତ ବର୍ଷ ଅଶ୍ଳିଳତାକୁ ନେଇ ଚର୍ଚ୍ଚା ଆରମ୍ଭ ହେବା ଭିତରେ ଆସିଚି ଏପରି ଏକ ଅସଦାଚରଣ ଘଟଣା । ଦେଖିବାକୁ ଗଲେ ଖଣ୍ଡଗିରି ଯାତ୍ରାରେ ଏହି ଅଶ୍ଳିଳତା ରୋକିବାକୁ କେହି ଅଛି, ନା ଏହା ଉପରେ ଲାଗି ପାରୁଛି ରୋକ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More