Only for Entertainment

୨୯ରେ ଅମିତାଭକୁ ‘ଦାଦାସାହେବ ଫାଲକେ’ ସମ୍ମାନରେ ସମ୍ମାନିତ କରିବେ ରାଷ୍ଟ୍ରପତି

20

ସୋମବାର ଖରାପ ସ୍ୱାସ୍ଥ୍ୟ କାରଣରୁ ପୁରସ୍କାର ଗ୍ରହଣ ସମାରୋହରେ ଯୋଗ ଦେଇପାରିନାହାନ୍ତି ବିଗ୍‍ ବି ଅମିତାଭ ବଚ୍ଚନ । ଚଳିତ ବର୍ଷ ତାଙ୍କୁ ସମ୍ମାନସ୍ପଦ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଥିଲା । ହେଲେ ଅସୁସ୍ଥତା କାରଣରୁ ଡାକ୍ତର ତାଙ୍କୁ ଯାତ୍ରା କରିବାକୁ ମନା କରିବା ପରେ ସେ ସୋମବାର ବିଜ୍ଞାନ ଭବନଠାରେ ଆୟୋଜିତ ଉତ୍ସବରେ ଯୋଗଦେଇପାରିନଥିଲେ ।

ତେଣୁ ଆସନ୍ତା ଡିସେମ୍ବର ୨୯ରେ ବିଜେତାଙ୍କ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପକ୍ଷରୁ ଆୟୋଜିତ ଏକ ଟି’ କାର୍ଯ୍ୟକ୍ରମରେ ଅମିତାଭଙ୍କୁ ୫୦ତମ ଦାଦା ସାହେବ୍‍ ଫାଲ୍‍କେ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି ।

ରବିବାର ଅଭିତାଭ ଟୁଇଟ୍‍ କରି ତାଙ୍କୁ ଜ୍ୱର ହୋଇଥିବା ଏବଂ ଯାତ୍ରା ପାଇଁ ଡାକ୍ତର ମନା କରିଥିବାରୁ ଜାତୀୟ ପୁରସ୍କାର ପ୍ରଦାନ ସମାରୋହରେ ଯୋଗ ଦେଇପାରିବେ ନାହିଁ ବୋଲି ସୂଚନା ଦେଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More