Only for Entertainment

ଫିଲ୍ମ ନିର୍ମାଣ ପୂର୍ବରୁ ଅମିରଙ୍କ ଧର୍ମକୁ ନେଇ ଆରମ୍ଭ ହେଲା ‘ମହାଭାରତ’

Event registry
0 41

ବଲିଉଡରେ ୧୦୦ କୋଟିର ମହାଭାରତକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।ଖବର ଅନୁସାରେ ଏହି ସିରିଜରେ ଅମିର ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାକୁ ନେଇ ଅମିରଙ୍କ ଫ୍ୟାନ ଖୁସି ଥିବା ବେଳେ କିଛି ଲୋକଙ୍କୁ ଏହା ପସନ୍ଦ ଆସିନାହିଁ ଯେ ଜଣେ ମୁସଲମାନ କିପରି ହିନ୍ଦୁ ପୌରାଣିକ କଥାରେ କାମ କରିପାରିବ ।

ଖବର ଅନୁସାରେ ଏହି ଫିଲ୍ମରେ ଅମିରଙ୍କ କୃଷ୍ଣ ଭୂମିକାରେ ନଜର ଆସିବେ ଏହାକୁ ନେଇ ଜଣେ ଟ୍ୱିଟର ବ୍ୟବହାରକାରୀ ଫ୍ରେନକୋଇସ ଗୌଟିୟର ଲେଖିଥିଲେ, ‘ଅମିର ଖାନ ଜଣେ ମୁସଲମାନ ତାଙ୍କୁ କ’ଣ ପାଇଁ ହିନ୍ଦୁ ଧର୍ମର ସବୁଠାରୁ ପ୍ରଚୀନ ଏବଂ ପବିତ୍ର ମହାକାବ୍ୟ ମହାଭାରତରେ ମୂଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ଦିଆଯାଉଛି । କ’ଣ ବିଜେପି ଧର୍ମନିରପେକ୍ଷତା ନାଁରେ କଂଗ୍ରେସ ରାସ୍ତାରେ ଚାଲିବ । କ’ଣ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ମୋହମ୍ମଦଙ୍କ ରୋଲରେ ଅଭିନୟ କରିବା ପାଇଁ ଦେବେ ?’

ଫ୍ରେନକୋଇସ ଏହି ଟୁଇଟ ପରେ ଅମିର ଖାନଙ୍କ ପ୍ରଶଂସକ ତାଙ୍କ ସପୋର୍ଟରେ ବାହାରିଥିଲେ । କେବଳ ଏତିକି ନୁହେଁ ବଲିଉଡ ଗୀତିକାର ଏବଂ ଲେଖକ ଜାବେଦ ଅଖତର ଅମିରଙ୍କୁ ସପୋର୍ଟ କରି କଡା ପ୍ରତିକ୍ରିୟା ଦେଇଛନ୍ତି । ଟୁଇଟ କରି ସେ ଲେଖିଥିଲେ, ‘କ’ଣ ତୁମେ ପିଟର ବ୍ରୁକ୍ସ ପ୍ରଡକ୍ସନରେ ନିର୍ମିତ ମହାଭାରତ ଦେଖିନ । ମୁଁ ଜାଣିବାକୁ ଚାହେଁ ଏପରି ଚିନ୍ତାକୁ ଦେଶରେ ବ୍ୟାପିବା ପାଇଁ କେଉଁ ବିଦେଶୀ ସଂସ୍ଥାରୁ ପଇସା ମିଳିଛି ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More