Only for Entertainment

ଏହି କରଣରୁ ଘୁଞ୍ଚିଲା ଅଜୟ ଦେବଗନ-ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ଟୋଟାଲ ଧମାଲ’ର ରିଲିଜ ଡେଟ ।

zee news
30

ଅଜୟ ଦେବଗନ, ମାଧରୀ ଦୀକ୍ଷିତ, ଅନିଲ କପୁର, ଅରଶଦ ବାର୍ସୀ, ଜାବେଦ ଜାଫରୀଙ୍କ ଫିଲ୍ମ ‘ଟୋଟାଲ ଧମାଲ’ ଏହି ଡିସେମ୍ବରରେ ରିଲିଜ ହେବ ବୋଲି ଶୁଣିବାକୁ ମିଳିଥିଲା । ଏବେ ଏହି ଫିଲ୍ମର ରିଲିଜ ଡେଟକୁ ଘୁଞ୍ଚାଯାଇଛି । ଡିସେମ୍ବର ବଦଳରେ ଏବେ ଏହି ଫିଲ୍ମକୁ ଫେବୃଆରୀରେ ରିଲିଜ କରାଯିବ । ତେବେ ଫିଲ୍ମର ରିଲିଜ ଡେଟ ପରିବର୍ତ୍ତନ କରିବା ପଛର କାରଣ ମେକର୍ସ ସ୍ପଷ୍ଟ କରିନଥିବା ବେଳେ ଅଭିନେତା ଜାବେଦ ଜାଫରୀ ଏହି ରାଜରୁ ପରଦା ଉଠାଇଛନ୍ତି ।

total-dhamaal

ଜାବଦଙ୍କ କହିବା ଅନୁସାରେ ଫିଲ୍ମର ସ୍ପେଶାଲ ଇଫେକ୍ଟସ କାରଣରୁ ଏହାର ରିଲିଜ ଡେଟକୁ ପରିବର୍ତ୍ତନ କରାଯାଇ ଫେବୃଆରୀରେ ରଖାଯାଇଛି । ଫିଲ୍ମ ୭ ଡିସେମ୍ବରରେ ରିଲିଜ ହେବାକୁ ଥିବା ବେଳେ ଏହାକୁ ବଦଳାଇ ୨୨ ଫେବୃଆରୀରେ ରଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More