Only for Entertainment

ପ୍ରଥମ ଥର ଅମିତାଭ ବଚ୍ଚନ-ରେଖାଙ୍କ ସଂପର୍କକୁ ନେଇ ମୁହଁ ଖୋଲିଲେ ଜୟା ବଚ୍ଚନ ।

BOLLYWOOD TADKA
45

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ନିଜର ଜବରଦସ୍ତ ଅଭିନୟ ପାଇଁ ବେଶ ଜଣାଶୁଣା । ୭୦ ଦଶକରେ ଅମିତାଭ ବଲିଉଡକୁ ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି । ସେହି ସମୟରେ ଦର୍ଶକ ଅମିତାଭ ଏବଂ ରେଖାଙ୍କ ଯୋଡ଼ିକୁ ଖୁବ ପସନ୍ଦ କରୁଥିଲେ । ଧୀରେ ଧୀରେ ଲୋକ ଏହି ଯୋଡ଼ିକୁ ଚାହିଁବାକୁ ଲାଗିଲେ ଏବଂ ଦୁଇଜଣଙ୍କୁ ନେଇ ଅଫେୟର ଖବର ଆସିବାକୁ ଲାଗିଲା । ପୂରା ଇଣ୍ଡଷ୍ଟ୍ରିରେ ଏହି କାହାଣୀ ଚର୍ଚ୍ଚା ହେବାକୁ ଲାଗିଲା । ଏମାନଙ୍କ ଯୋଡ଼ିକୁ ନେଇ ବଡ଼ ମାଗାଜିନରେ ବିଭିନ୍ନ ପ୍ରକାରର ଖବର ଲେଖାଗଲା ।

୧୯୭୬ରେ ଅମିତାଭ ଏବଂ ରେଖା ପ୍ରଥମ ଥର ଫିଲ୍ମ ‘ଦୋ ଅନଜାନେ’ରେ ସ୍କ୍ରିନ ଶେୟାର କରିଥିଲେ । ଏହି ଫିଲ୍ମର ସୁଟିଂ ଚାଲିଥିବା ସମୟରେ ଜୟା ବଚ୍ଚନ ଅମିତାଭଭ୍କୁ ବିବାହ କରିନେଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଜୟା କେବେ ମଧ୍ୟ ଅମିତାଭ ଏବଂ ରେଖାଙ୍କ ସଂପର୍କକୁ ନେଇ ମୁହଁ ଖୋଲି ନାହାଁନ୍ତି । ପ୍ରଥମ ଥର ପିପୁଲ୍ସ ମାଗାଜିନକୁ ଦେଇଥିବା ଇଂଟରଭ୍ୟୁରେ ରେଖା ସେ ଦୁଇଜଣଙ୍କୁ ନେଇ ପରିଷ୍କାର ଭାବରେ କିଛି କଥା କହିଛନ୍ତି ।

ଜୟାଙ୍କ କହିବା ଅନୁସାରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁଟିଂ ସମୟରେ ଅଫେୟରକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳେ । ଯଦି ଆମେ ଏହି ସମୟରେ ପରସ୍ପର ଉପରେ ଭରସା ନରଖିବା ତେବେ ପ୍ରତିଦିନ ଘର ଭାଙ୍ଗିବାକୁୁ ଲାଗିବ । ଏହା ସହିତ ସେ କହିଛନ୍ତିଯେ ଯଦି ମୁଁ ଏହାକୁ ଗମ୍ଭୀର ଭାବରେ ନେଇଥାନ୍ତି ତେବେ ମୋ ଜୀବନ ନର୍କ ହୋଇ ଯାଇଥାନ୍ତା । ଲୋକ ଏମାନଙ୍କ ଯୋଡ଼ିକୁ ଅନସ୍କ୍ରିନରେ ପସନ୍ଦ କରୁଥିଲେ , ତେଣୁ ମିଡିଆ ଏହାକୁ ଅଫେୟର ବୋଲି କହିଦେଲା । ଯାହାପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିଭିନ୍ନ ପ୍ରକାରର କଥା ସାମ୍ନାକୁ ଆସିଲା ।

କହିରଖୁଛୁଯେ ଫିଲ୍ମ ନିର୍ମାତା ନିର୍ଦ୍ଦେଶକ ୟଶ ଚୋପ୍ରା ୧୯୮୦ରେ ଘୋଷଣା କଲେଯେ ଅମିତାଭ, ଜୟା ଏବଂ ରେଖାଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବେ । ଫିଲ୍ମର ନାମ ଥିଲା ସିଲସିଲା । କିନ୍ତୁ ବିବିସିକୁ ଦେଇଥିବା ଇଂଟରଭ୍ୟୁରେ ୟଶ ଚୋପ୍ରା କହିଥିଲେଯେ ସୁଟିଂ ସମୟରେ ମୁଁ ଖୁବ ଡରି ଯାଇଥିଲି, କାରଣ ତିନି ଜଣଙ୍କ ମଧ୍ୟରେ ଗମ୍ଭୀର ସମସ୍ୟା ଥିଲା । ଏହାପରେ ପ୍ରେମ କାହାଣୀର ଚର୍ଚ୍ଚା କିଛି ମାତ୍ରାରେ କମ ହୋଇଗଲା । କିନ୍ତୁ ୧୯୮୩ରେ ଫିଲ୍ମ କୁଲିର ସୁଟିଂ ସମୟରେ ଏକ ଦୁର୍ଘଟଣାରେ ଖୁବ ଆଘାତ ପାଇଥିଲେ ଅମିତାଭ । ସେ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଥିଲେ ।ସେହି ସମୟରେ ନିଜକୁ ରୋକି ପାରିଲେ ନାହିଁ ରେଖା ଏବଂ ଅମିତାଭଙ୍କ ଏକ ଝଲକ ପାଇବା ପାଇଁ ସେ ହସ୍ପିଟାଲ ଦୌଡ଼ି ଯାଇଥିଲେ । କିନ୍ତୁ ଜୟା ତାଙ୍କୁ ଦେଖା କରିବାକୁ ଦେଇ ନଥିଲେ । ଏହି ଘଟଣା ପରେ ରେଖାକୁ ଖୁବ କଷ୍ଟ ଲାଗିଥିଲା ।

ରେଖା ଏବଂ ଅମିତାଭ ଶେଷ ଥର ପାଇଁ ଫିଲ୍ମ ସିଲସିଲାରେ ୧୯୮୧ରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More