ବଲିଉଡ ଦିଗଜ ଅଭିନେତ୍ରୀ ଜୟାପ୍ରଦା କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ସେ ନିକଟରେ ଭାରତୀୟ ଜନତା ପାର୍ଟିର ପାର୍ଥୀ ହୋଇଛନ୍ତି ଏବଂ ରାମପୁରରୁ ନିର୍ବାଚନ ଲଢିବେ । ସେ ସମାଜବାଦ ପାର୍ଟି ନେତା ଉତ୍ତରପ୍ରଦେଶର ପୂର୍ବ ମନ୍ତ୍ରୀ ଆଜମ ଖାଁଙ୍କୁ ଟକ୍କର ଦେବେ । ଜୟାପ୍ରଦା ସେହିଭଳି କଳାକାରଙ୍କୁ ମଧ୍ୟରୁ ଜଣେ ଯାହାକୁ ଅଭିନୟ ସହ ରାଜନୀତି ମଧ୍ୟ ଖୁବ ପସନ୍ଦ ଆସିଥିଲା । ଜୟାପ୍ରଦା ଅଭିନୟ ଠାରୁ ଦୂରେଇ ଯାଇଛନ୍ତି କିନ୍ତୁ ରାଜନୀତିରୁ ବିଦାୟ ନେଇ ନାହାନ୍ତି ।
ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟର ଆରମ୍ଭ ତେଲୁଗୁ ସିନେମାରୁ କରିଥିଲେ । ସେ ୧୯୭୪ମସିହାରେ ଫିଲ୍ମ ‘ଭୂମି କସମ’ଜରିଆରେ ହିନ୍ଦୀ ଫିଲ୍ମରେ ପାଦ ଦେଇଥିଲେ । ତିନି ଦଶକ ଲମ୍ବା କ୍ୟାରିଅରରେ ସେ ୨୦୦ଟି ଫିଲ୍ମରେ କାମ କରିଛନ୍ତି ଏବଂ କୋଟି କୋଟି ଲୋକଙ୍କ ମନ କିଣିଥିଲେ ।
ଏଠାରେ ଆମେ କହି ରଖୁଛୁ ଯେ ଅଭିନେତା ଜିତେନ୍ଦ୍ରଙ୍କ ସହ ତାଙ୍କ ଯୋଡି ଖୁବ ପସନ୍ଦ ଆସିଥିଲା । ସେ ଦିଗଜ ଅଭିନେତା ରାଜେଶ ଖନ୍ନାଙ୍କ ସହ ମଧ୍ୟ କାମ କରିଛନ୍ତି । ରାଜେଶ ଖନ୍ନାଙ୍କ ସହ ସେ ଇଂଟିମେଂଟ ସିନକୁ ନେଇ ବିବାଦରେ ଆସିଥିଲେ । ଫିଲ୍ମ ଆବାଜର ଗୀତେ ‘ଆ ଜାନେମନ ଆଜ ତୁଝେ’ରେ ଜୟାପ୍ରଦା ଏବଂ ରାଜେଶ ଖନ୍ନା ବୋଲ୍ଡନେସର ସମସ୍ତ ସୀମା ଲଂଘିଥିବାରୁ ବିବାଦରେ ଆସିଥିଲେ । ୨୦ବର୍ଷର ଇଙ୍ଗ ରାଜେଶ ଖନ୍ନାଙ୍କ ଯେତେବେଳେ ଜୟାପ୍ରଦାଙ୍କ ଏହି ଗୀତ ଦର୍ଶକ ଦେଖିଥିଲେ, ଏହା ଉପରେ ଖୁବ ବିବାଦ ହୋଇଥିଲା ।
View this post on Instagram
ଏଠାରେ ଆମେ କହି ରଖୁଛୁ ଯେ ମହାନ ଫିଲ୍ମକାର ସତ୍ୟଜିତ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଅଭିନୟରେ ଏତେ ପ୍ରଭାବିତ ଥିଲେ ଯେ ସେ ଜୟାପ୍ରଦାଙ୍କୁ ବିଶ୍ୱର ସୁନ୍ଦରତମ ମହିଳାଙ୍କ ମଧ୍ୟରୁ ଜଣେ ବୋଲି ମାନୁଥିଲେ ।