ଈର୍ଷା ଆଣିଥାଏ ସମ୍ପର୍କରେ ନିବିଡତା !
ପ୍ରେମୀଯୁଗଳଙ୍କ ମଧ୍ୟରେ ଇର୍ଷାଦ୍ୱେଷ ମନୋଭାବ ରହିବା ଆବଶ୍ୟକ। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଭଲ ପାଇବା ନିବିଡ଼ ହୋଇଥାଏ। ଏନେଇ ନିକଟରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେମାନଙ୍କର ଯୁବତୀ କିମ୍ବା ଯୁବକ ସାଥୀ ଅନ୍ୟ କାହା ସହିତ ଗପିବା, ବୁଲିଯିବା ଦ୍ୱାରା ବେଳେବେଳେ ପ୍ରେମୀଯୁଗଳଙ୍କ ପରସ୍ପର ପ୍ରତି ଇର୍ଷାନ୍ବିତ ହୋଇଥାନ୍ତି। ଏହା ସହିତ ସେମାନଙ୍କ ମଧ୍ୟରେ ଅସୁରକ୍ଷିତ ଭାବନା ସୃଷ୍ଟି ହୋଇଥାଏ। ଫଳରେ ସେମାନଙ୍କ ମଧ୍ୟରେ ଅନ୍ତରଙ୍ଗତା ବୃଦ୍ଧି ପାଇଥାଏ ବୋଲି ଗବେଷକ ଦଳ ସୂଚିତ କରିଛନ୍ତି। ଭଲ ପାଇବାର ପ୍ରଥମ ପାହାଚରେ ଯୁବକମାନଙ୍କ ମଧ୍ୟରେ ଅସୁରକ୍ଷିତ ଭାବନା ସ୍ବତଃ ସୃଷ୍ଟି ହୋଇଥାଏ।
ତେବେ ପରସ୍ପରର ସାନିଧ୍ୟ ଲାଭ ପରେ ଯୁବତୀଙ୍କଠାରେ ଅସୁରକ୍ଷିତ ଭାବନା ଦେଖାଦେଇଥାଏ ବୋଲି ଗବେଷକ ଦଳ କହିଛନ୍ତି। ସେମାନଙ୍କର ସାଥୀ ଅନ୍ୟ କାହାର ନିକଟବର୍ତ୍ତୀ ହେବା ପ୍ରେମୀ ଯୁଗଳ କେବେ ସହ୍ୟ କରନ୍ତି ନାହିଁ। ଏପରି ଭାବନା ସେମାନଙ୍କର ପ୍ରେମ ବନ୍ଧନକୁ ନିବିଡ କରିଥାଏ। ଫଳରେ ସେମାନେ ପରସ୍ପରକୁ ଛାଡି ରହିବାକୁ ପସନ୍ଦ କରି ନ ଥାନ୍ତି। ସାଧାରଣତଃ କୁହାଯାଇଥାଏ ଯେ, ପ୍ରେମୀ ଯୁଗଳଙ୍କ ମଧ୍ୟରେ ନିବିଡ ଭଲ ପାଇବା ଥିଲେ ଇର୍ଷାଦ୍ୱେଷ ରହି ନ ଥାଏ।
ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ୍। ଭଲପାଇବା ନିବିଡ଼ ହେବା ପାଇଁ ଇର୍ଷାଦ୍ୱେଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଗବେଷଣା ରିପୋର୍ଟରେ କୁହାଯାଇଛି।