ଆଗାମୀ ବଲିଉଡ୍ ମୁଭି ରୋମିଓ ଅକବର୍ ୱାଲଟର ଆଉ ଏକ ଗୀତ ‘ଜି ଲେନେ ଦେ’ ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମର ଲିଡ୍ ଜନ ଆବ୍ରାମ ଓ ମୌନି ରୟଙ୍କୁ ଦେଖିବାକୁ ମିଳିଛି । ଦୁହିଁଙ୍କ ଭିତରେ ହାଲକା ଫୁଲକା ରୋମାନ୍ସ ଦେଖିବାକୁ ମିଳିଛି ଏହି ଗୀତରେ । ସିନେମାଟି ୧୯୭୦ ମସିହାର ଏକ କାହାଣୀକୁ ନେଇ ଗତିଶୀଳ ହୋଇଥିବାରୁ ସେହି ସମୟର ପିକଚରାଇଜେସନ୍ ଦେଖିବାକୁ ମିଳିଛି ଏହି ଗୀତରେ । ଏହି ଦମଦାର୍ ଗୀତରେ କଣ୍ଠଦାନ କରିଛନ୍ତି ମୋହିତ୍ ଚୌହ୍ୱାନ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ରାଜ୍ ଆସୁ୍ ।
ଫିଲ୍ମରେ ଭାରତୀୟ ସେନାର ସିକ୍ରେଟ୍ ଏଜେନ୍ସି ର’ ର ଏଜେଂଟ୍ ଭାବେ ନଜର ଆସିବେ ଅଭିନେତା ଜନ୍ । ୧୯୭୧ ମସିହାର ଇଣ୍ଡୋ-ପାକିସ୍ତାନ ଯୁଦ୍ଧ ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ହୋଇଛି ଏହି ସିନେମାଟି । ‘ରୋମିଓ ଅକବର୍ ୱାଲଟର୍’ ବା ର’ ର କାହାଣୀ ଓ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରୋବି ଗ୍ରିୱାଲ୍ । ଆଉ ପ୍ରଯୋଜନା କରିଛନ୍ତି ଭାଇକମ୍ ପିକଚର୍ସ ଏଇଟିନ୍ । ଏପ୍ରିଲ୍ ୫ରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ରୋମିଓ ଅକବର୍ ୱାଲଟର୍’ ।