Only for Entertainment

ଚୁଟକିରେ ପ୍ରସ୍ତୁତ କରନ୍ତୁ ଜୀରା ଆଳୁ

The Vegan Corner
52

ସାମଗ୍ରୀ :

ସିଝା ଆଳୁ : ୨ଟିଗ୍ରାମ, ଜୀରା :୧ବଡ଼ ଚାମଚ, କଞ୍ଚାଲଙ୍କା : ୨ଟି, ଭୃଷଙ୍ଗପତ୍ର : ଅଳ୍ପ, ଲୁଣ : ସ୍ୱାଦନୁସାରେ, ଫୁଟଣ : ୧ଚାମଚ, ହଳଦୀ ଗୁଣ୍ଡ : ୧/୩ ଚାମଚ, ଭଜା ଜୀରା ଓ ଲଙ୍କା ଗୁଣ୍ଡ : ଅଧା ଚାମଚ, ତେଲ : ଏକ ଚାମଚ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଆଳୁକୁ କାଟି ସିଝାଇ ନେବେ ।ତାକୁ ଛୋଟ ଛୋଟ କରି କାଟି ଏକ ପାତ୍ରରେ ପକାଇବେ । ଗ୍ୟାସ ଅନ କରି ସେଥିରେ ଏକ କଢେଇ ବସାଇ ତେଲ ଗରମ କରନ୍ତୁ ।ସେଥିରେ ଗୋଟିଏ ଚାମଚ ଜୀରା ଓ କଞ୍ଚାଲଙ୍କା ପକାଇ ଭାଜନ୍ତୁ । ସେଥିରେ ଭୃଷଙ୍ଗପତ୍ର ପକାଇବେ । ଭାଜି ହେବା ପରେ ସେଥିରେ ସିଟା ଆଳୁକୁ ଛୋଟ ଛୋଟ ଖଣ୍ଡ କରି କଟାଯାଇଥିବା ଆଳୁ ପକାନ୍ତୁ ।ଅଳ୍ପ ଜାଳରେ ଭଲଭାବେ ଭାଜନ୍ତୁ । ସେଥିରେ ହଳଦୀ ଗୁଣ୍ଡ ,ଲୁଣ ଆଦି ପକାଇବେ । ପୁଣି ଅଳ୍ପ ସମୟ ପାଇଁ ଭାଜିବେ । ଏହା ପରେ ସେଥିରେ ଭଜା ଜୀରା ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ । ପୁଣି ୩,୪ ମିନିଟ ଭାଜନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କ ଜୀରା ଆଳୁ । ପ୍ରସ୍ତୁତ ହୋଇଥିବା ଜୀରା ଆଳୁକୁ ଏକ ପାତ୍ରରେ ବାହାର କରି ସେଥିରେ ଅଳ୍ପ ଧନିଆପତ୍ର ପକାଇ ରଖନ୍ତୁ । ଭାତ କିମ୍ବା ରୁଟି ସହିତ ଆପଣ ଏହାକୁ ଖାଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More