Only for Entertainment

ଯୌନ ଶୋଷଣ ମାମଲାରେ ଜିତେନ୍ଦ୍ରଙ୍କୁ ମିଳିଲା ଆଶ୍ୱସ୍ତି. କେସ ଉପରେ ହାଇକୋର୍ଟ ଲଗାଇଲେ ରୋକ୍

Mumbai Live
0 48

ବଲିଉଡ ଅଭିିନେତା ଜିତେନ୍ଦ୍ରଙ୍କୁ ଯୌନ ଶୋଷଣ ମାମଲାରେ ହିମାଚଳ ହାଇକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । କୋର୍ଟ ଏହି ମାମଲାରେ ଶୁଣାଣି ଏବଂ ଜାଂଚ ଉପରେ ରୋକ ଲଗାଇଛନ୍ତି । କିଛି ଦିନ ପୂର୍ବେ ଜିତେନ୍ଦ୍ରଙ୍କ ସମ୍ପର୍କୀୟ ଭଉଣୀ ତାଙ୍କ ଉପରେ ଦୁଷ୍କର୍ମର ଆରୋପ ଲଗାଇଥିଲେ । ପୋଲିସ ତାଙ୍କ ସମ୍ପର୍କୀୟ ଭଉଣୀଙ୍କ ଅଭିଯୋଗକୁ ଆଧାର କରି ୧୬ ଫେବୃୟାରୀରେ ଜିତେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

Jeetendra-

ହାଇକୋର୍ଟ ଏହି ମାମଲାର ଶୁଣାଣି ପାଇଁ ୨୩ ମେ କୁ ସୂଚି ପ୍ରସ୍ତୁତ କରିଥିଲେ । ଜିତେନ୍ଦ୍ର ଦାବା କରିଥିଲେ ଯେ ପୋଲିସ କୌଣସି ପ୍ରଥମିକ ଜାଂଚ କିମ୍ବା କୌଣସି ପ୍ରମାଣ ନଥାଇ ମାମଲା ରୁଜୁ କରିଥିଲେ । ଜିତେନ୍ଦ୍ରଙ୍କ ଓକିଲ କହିଥିଲେ ପୋଲିସ ତାଙ୍କୁ କିଛି ପଚାରିନଥିଲେ କି ଏଫଆଇଆରର କପି ମଧ୍ୟ ଦେଇନଥିଲେ । ଏହି ଆରୋପ ମିଥ୍ୟା ଏବଂ ଜିତେନ୍ଦ୍ରଙ୍କୁ ବଦନାମ କରିବା ପାଇଁ ଏହା ଏକ ଚାଲ । ଇତି ମଧ୍ୟରେ ମହିଳା ପୋଲିସ ଷ୍ଟେସନ ଏବଂ ଭାରତୀୟ ଦଣ୍ଡ ବିଧାନ ଧାରା ୩୫୪ ଅନୁସାରେ ଏହାର ଶୁଣାଣି ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More