Only for Entertainment

ଥ୍ରିଲର ଷ୍ଟୋରୀ ବେପନହାରେ ନଜର ଆସିବେ ଜେନିଫର ୱିଙ୍ଗେଟ।

filmymama
0 48

ନିଜର ନିଚ୍ଛକ ଅଭିନୟରେ ଦର୍ଶକଙ୍କ ହୃଦୟ କିଣିଥିବା ଜେନିଫର ୱିଙ୍ଗେଟ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚକୁ ଉଠି ପାରିଛନ୍ତି । ରିଅଲ ଲାଇଫର କାହାଣୀକୁ ପଛରେ ପକାଇ ମାଡ଼ି ଚାଲିଛନ୍ତି ରିଲ ଲାଇଫର କାହାଣୀ ପଛରେ । ସେ କସୌଟି ଜିନ୍ଦେଗି କେ, କର୍ଥିକା,ଦିଲ ମିଲ ଗୟେ, ସରସ୍ୱତୀ ଚନ୍ଦ୍ର ଭଳି ମେଗା ଧାରାବାହିକରେ ଅଭିନୟ କରି ସାରିଛନ୍ତି । ଏବେ ସୋନି ଟିଭିରେ ପସାରିତ ହେଉଥିବା ସୋ ବେହଦରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ସେ ଇଣ୍ଡିଆନ ଟେଲିଭିଜନ ଏକାଡେମି ତରଫରୁ ବେଷ୍ଟ ଅଭିନେତ୍ରୀର ପୁରଷ୍କାର ମଧ୍ୟ ପାଇଛନ୍ତି । ୨୦୧୨ରେ ୱାର୍ଲଡସ ସେକ୍ସି ଓମେନଙ୍କ ମଧ୍ୟରେ ୨୧ତମ ର୍ୟାଙ୍କରେ ମଧ୍ୟ ଆସିଥିଲେ । ୨୦୧୨ରେ ରାଜା କୋ ରାନୀ ସେ ପ୍ୟାର ହୋ ଗେୟାରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ଜେନିଫର ୧୨ ବର୍ଷ ବୟସରେ କୁଛ ନା କହୋରେ ସେ ଡେବ୍ୟୁ କରିଥିଲେ । ଏହା ବ୍ୟତୀତ ସେ ସାକାଲାକା ବୁମ ବୁମ ରେ ମଧ୍ୟ ଅଭିନୟ କରିଥିଲେ ।

ଏବେ ଜେନିଫର ଏକ ନୂଆ ଧାରାବାହିକ ବେପନହା ରେ ନଜର ଆସିବେ । ତାହା କଲର୍ସରେ ପ୍ରସାରିତ ହେବାକୁ ଯାଉଛି । ତେବେ ଟିଭିରେ ତାଙ୍କ ସୋର ପ୍ରମୋଶନ ଜାରି ରହିଛି । ପ୍ରମୋ ଦେଖି ଜଣାପଡ଼ୁଛି ଏଥିରେ ଦର୍ଶକ ଅନେକ ଟ୍ୱିଷ୍ଟ ଦେଖିବାକୁ ପାଇବେ । ଏଥିରେ ସେ ମୁଖ୍ୟ ଚରିତ୍ରରେ ନଜର ଆସିବେ,ଯାହାର ନାମ ଜୋୟା । ପ୍ରମୋରେ ଜେନିଫରଙ୍କୁ ରୋମାନ୍ସ କରିବାର ଦେଖିବାକୁ ମିଳୁଛି । କିନ୍ତୁ ପ୍ରମୋ ଦେଖି ଲାଗୁଛି ଏହା ଏକ ଥ୍ରିଲର ଷ୍ଟୋରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More