Only for Entertainment

ପ୍ରିତି ଜିଣ୍ଟାଙ୍କ ଗୀତରେ ‘ବେପନାହ’ ଫେମ ଜେନିଫରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

News Track
0 77

ଟିଭି ଶୋ’ ‘ବେପନାହ’ ଅଭିନେତ୍ରୀ ଜେନିଫର ୱିଂଗେଟଙ୍କ ଏକ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ସୁରଭୀନ ଚାୱଲାଙ୍କ ସହିତ ସୁପରହିଟ ଗୀତ ‘ପିୟା ପିୟା’ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ପ୍ରିତି ଜିଣ୍ଟା ଏବଂ ରାନୀ ମୁଖର୍ଜୀଙ୍କ ଫିଲ୍ମ ‘ହର ଦିଲ ଜୋ ପ୍ୟାର କରେଗା’ର ଏହି ଗୀତ ସେହି ସମୟରେ ସୁପରହିଟ ହୋଇଥିଲା । ଭାଇରାଲ ହେଉଥିବା ଏହି ଭିଡିଓ ବହୁ ପୁରୁଣା । ଏହି ଭିଡିଓକୁ ଟିଭି ଧାରାବାହିକ ‘କସୋଟି ଜିନ୍ଦଗୀ କି’ ସେଟରେ ସୁଟ କରାଯାଇଥିଲା ।

ଏହା ଟିଭି ଧାରାବାହିକରେ ସୁରଭୀନ ଚାୱଲା ଏବଂ ଜେଲିଫର ୱିଂଗେଟ ଦୁଇ ଭଉଣୀ ଚରିତ୍ରରେ ନଜର ଆସିଥିଲେ । ଭିଡିଓରେ ଦୁହିଁଙ୍କ ବଣ୍ଡିଂ ନଜର ଆସିଛି । ଏହି ସମୟରେ ଦୁହେଁ ଟିଭିରେ କ୍ୟାରିୟର ଆରମ୍ଭ କରୁଥିଲେ । କିନ୍ତୁ ବର୍ତ୍ତମାନ ଦୁହେଁ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଏବଂ ଗ୍ଲାମରସ ହୋଇଯାଇଛନ୍ତି ।

କହିରଖୁଛୁ ଯେ ଜେନିଫର ଏବେ ଟିଭି ଶୋ’ ବେପନାହରେ ନଜର ଆସୁଥିବା ବେଳେ ସୁରଭୀନ ଫିଲ୍ମ ଏବଂ ୱେବ ସିରିଜରେ ନଜର ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More