Only for Entertainment

ଜାହ୍ନବୀଙ୍କୁ ଭାବବିହ୍ୱଳ ହୋଇ ଚିଠି ପଠାଇଲେ କୁନି ଫ୍ୟାନ୍ସ, ଫଟୋ ଭାଇରାଲ ।

42

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୂର ଏବେ ମନାଲିରେ ଫିଲ୍ମ ‘ରୁହ ଅଫଜା’ର ସୁଟିଂ କରୁଛନ୍ତି । ସୁଟିଂ ସମୟରେ ତାଙ୍କୁ କିଛି କୁନି ଫ୍ୟାନ୍ସ ଏକ ଖାସ ଉପହାର ଦେଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସ୍ଥାନୀୟ ପିଲା ମାନଙ୍କୁ ଯେତେବେଳେ ଜଣାପଡ଼ିଲା ଜାହ୍ନବୀ ସେଠାରେ ସୁଟିଂ କରୁଛନ୍ତି , ତାଙ୍କ ହୋଟେଲ ସାମ୍ନାରେ ଏକ ପ୍ରେମଭରା ନୋଟ ଲଗାଇଦେଲେ ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଚିଠିରେ ଲେଖାଅଛି, ଜାହ୍ନବୀ ମ୍ୟାମ ଯେତେ ଶୀଘ୍ର ହେବ ଆମେ ଆପଣଙ୍କୁ ସାକ୍ଷାତ କରିବାକୁ ଚାହୁଁଛୁ । ଆମେ ଆପଣଙ୍କର ବହୁତ ବଡ଼ ଫ୍ୟାନ । ଆମେ ପିଲାମାନେ ଆପଣଙ୍କୁ ସାକ୍ଷାତ କରିବା ପାଇଁ ଖୁବ ଉତ୍ସୁକ’ । ତେବେ ଏହା ସହିତ କିଛି ପିଲାଙ୍କ ନାମ ମଧ୍ୟ ତଳେ ଲେଖାଯାଇଛି ।

 

View this post on Instagram

 

This letter is for @janhvikapoor from her little fans in Manali. #janhvikapoor #janhvikapoor06 #janhvikapoor7

A post shared by Janhvi Kapoor (@janhvikapoor06) on

କହିରଖୁଛୁ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ହାର୍ଦ୍ଦିକ ମେହତା । ଏହା ଏକ କମେଡ଼ି ହରର ଫିଲ୍ମ । ଷ୍ଟାରକାଷ୍ଟଙ୍କ କଥା ଯଦି ଆଲୋଚନା କରିବା ତେବେ ଫିଲ୍ମରେ ଜାହ୍ନବୀ କପୂରଙ୍କ ବ୍ୟତୀତ ରାଜକୁମାର ରାଓ ଏବଂ ବରୁଣ ଶର୍ମା ନଜର ଆସିବେ । ଜାହ୍ନବୀ କପୂରଙ୍କୁ ଡବଲ ରୋଲରେ ଦେଖିବାର ସୁଯୋଗ ପାଇବେ ଦର୍ଶକ । ନିକଟରେ ଫିଲ୍ମର ପ୍ରଯୋଜକ ଏକ ମନ୍ତବ୍ୟ ଦେଇଥିଲେ, ଯେଉଁଥିରେ ସେ ଫିଲ୍ମର ଷ୍ଟାର ମାନଙ୍କୁ ନେଇ ଖୁସିଥିବା କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More