ଶ୍ରୀଦେବୀଙ୍କ ଏହି ଇଚ୍ଛାକୁ ପୂରା କରିବେ ଝିଅ ଜାହ୍ନବୀ !
ବଲିଉଡରେ ଏବେ ରିମେକର ଟ୍ରେଣ୍ଡ ଚାଲିଛି । ବଲିଉଡ ଫିଲ୍ମମେକର ସୁପରହିଟ ‘ପିଙ୍କ’ର ତାମିଲ ରିମେକ ନିର୍ମାଣ କରିବାକୁ ଯାଉଛନ୍ତି । ପିଙ୍କରେ ଅମିତାଭ ବଚ୍ଚନ ଏବଂ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ତେବେ ତାମିଲରେ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଏଚ ବିନୋଦ । ଫିଲ୍ମରେ ଅମିତାଭ ବଚ୍ଚନଙ୍କ ଭୂମିକାରେ ନଜର ଆସିବେ ଦକ୍ଷିଣ ଭାରତୀୟ ଷ୍ଟାର ଅଜିତ କୁମାର । ଫିଲ୍ମରେ ତାପସୀ ପନ୍ନୁଙ୍କ ଭୂମିକାରେ ଶ୍ରଦ୍ଧା ଶ୍ରୀନାଥଙ୍କୁ ଦେଖିବାକୁ ମିଳିବ । ଏବେ ଏହି ଫିଲ୍ମର ଫାଇନାଲ କାଷ୍ଟଙ୍କ ଉପରେ କାମ ଚାଲିଛି ।
ଖବର ଅନୁସାରେ ଖୁବ ଶୀଘ୍ର ଏହି ଫିଲ୍ମର ସୁଟିଂ ପୂରା ହେବ । କିଛି ରିପୋର୍ଟ ଅନୁସାରେ ‘ପିଙ୍କ’ର ତାମିଲ ରିମେକରେ କ୍ୟାମିୟୋ ରୋଲରେ ନଜର ଆସିବେ । ଜାହ୍ନବୀଙ୍କୁ ଫିଲ୍ମରେ ନେବା ପାଇଁ ସ୍କ୍ରିପ୍ଟର ଫାଇନାଲ ଜାଂଚ କରାଯାଉଛି । ଏହା ପୂର୍ବରୁ ଏପରି ଖବର ସାମ୍ନାକୁ ଆସିଥିଲା ଯେ ବିଦ୍ୟା ବାଲାନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଏବଂ ଏହି ଫିଲ୍ମରେ ସେ ଅଜିତ କୁମାରଙ୍କ ଅପୋଜିଟରେ ନଜର ଆସିବେ ।
ମାର୍ଚ୍ଚରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ଚଳିତ ବର୍ଷ ଦଶହରାରେ ଫିଲ୍ମ ରିଲିଜ ହେବ । ମୃତ୍ୟୁ ପୂର୍ବରୁ ଶ୍ରଦେବୀଙ୍କ ଇଚ୍ଛା ଥିଲା ଯେ ତାଙ୍କ ପତି ବୋନି କପୁରଙ୍କ ପ୍ରଡକ୍ସନରେ ଅତିକ କୁମାର କମ କରନ୍ତୁ । ଏବେ ଶ୍ରୀଦେବୀ ତାଙ୍କ ସହିତ କାମ କରିବାକୁ ଯାଉଛନ୍ତି । ଲାଗୁଛି ଶ୍ରୀଦେବୀଙ୍କ ଏହି ଇଚ୍ଛା ତାଙ୍କ ଝିଅ ପୂରା କରିବାକୁ ଯାଉଛନ୍ତି ।