Only for Entertainment

ମା’ଶ୍ରୀଦେବୀଙ୍କ ଭଳି ବୋନି କପୁରଙ୍କ ଧ୍ୟାନ ରଖୁଛନ୍ତି ଝିଅ ଜାହ୍ନବୀ, ହୃଦୟକୁ ଛୁଇଁଲା ଭଳି ଫଟୋ ଭାଇରାଲ !

india tv
0 71

ବଲିଉଡ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କ ନିଧନ ପରେ ଏବେ ଝିଅ ଜାହ୍ନବୀ ବାପା ବୋନି କପୁରଙ୍କ ଖାସ ଧ୍ୟାନ ରଖୁଛନ୍ତି , ଯେଉଁଭଳି ତାଙ୍କ ମା’ ଶ୍ରୀଦେବୀ ରଖୁଥିଲେ । ଗୁରୁବାର ଦିନ ଦିଲ୍ଲୀ ବିଜ୍ଞାନ ଭବନରେ ଶ୍ରୀଦେବୀଙ୍କ ବେଷ୍ଟ ଅଭିନେତ୍ରୀ ପାଇଁ ରାଷ୍ଟ୍ରୀୟ ଫିଲ୍ମ ଆୱାର୍ଡ ନେବାକୁ ବୋନି କପୁରଙ୍କ ସହ ଜାହ୍ନବୀ ଏବଂ ଖୁସି ମଧ୍ୟ ଆସିଥିଲେ । ସୋସିଆଲ ମିଡିଆରେ ତାଙ୍କର ଆୱାର୍ଡ ଗ୍ରହଣ କରିବା ସମୟର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।


ମାତ୍ର ସେଥିମଧ୍ୟରୁ ଏକ ଆବେଗଭରା ଏବଂ ହୃଦୟକୁ ଛୁଇଁଲା ଭଳି ଫଟୋ ସାମ୍ନାକୁ ଆସିଛି । ଏହି ଫଟୋ ଦେଖିବା କ୍ଷଣି କେହି ବି କହିପାରିବ ଯେ ମା’ଙ୍କ ସ୍ଥାନରେ ଏବେ ଝିଅ ରଖୁଛୁ ବାପା ବୋନି କପୁରଙ୍କ ଧ୍ୟାନ ।

କେବଳ ସେତିକି ନୁହେଁ ଜାହ୍ନବୀ ତାଙ୍କ ବାପାଙ୍କୁ ଖୁବ ସପୋର୍ଟ କରନ୍ତି । ସେହିଭଳି ବୋନି ମଧ୍ୟ ଝିଅର ସମସ୍ତ ଇଚ୍ଛାକୁ ପୂରଣ କରିବା ପାଇଁ ସବୁବେଳେ ସାଥ ଦିଅନ୍ତି । ଖୁସି କପୁର ଏବେ ପାଠ ପଢୁଛନ୍ତି, ମାତ୍ର ଜାହ୍ନବୀ ଡେବ୍ୟୁ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ସେ ନିଜର କ୍ୟାରିଅର ଧର୍ମା ପ୍ରଡକ୍ସନ ଫିଲ୍ମ ‘ଧଡକ’ରୁ ଆରମ୍ଭ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More