Only for Entertainment

ହନି ସିଂଙ୍କ ଗୀତରେ ‘ଫଙ୍କ ଲଭ’ରେ ଜଳପରୀ ଭାବେ ନଜର ଆସିବେ ସନ୍ନି ଲିଓନି

dnaindia
109

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଇଣ୍ଡଷ୍ଟ୍ରୀର ହଟ ଅଭିନେତ୍ରୀ ମଧ୍ୟରୁ ଏକ । ସନି ଅନେକ ଫିଲ୍ମରେ ଆଇଟମ ନମ୍ବର କରିଥିବାର ନଜର ଆସିଛନ୍ତି । ସନି ଏବେ ଖୁବ ଶୀଘ୍ର ଋଷି କପୁରଙ୍କ ଫିଲ୍ମ ‘ଝୁଠା କହିଁ କା’ରେ ମଧ୍ୟ ନଜର ଆସିବେ । ନିକଟରେ ଫିଲ୍ମର ଦ୍ୱିତୀୟ ଗୀତ ‘ଫଙ୍କ ଲଭ’ର ଟିଜର ରିଲିଜ ହୋଇଛି ଯେଉଁଥିରେ ଅଭିନେତ୍ରୀ ସନି ଲିଓନିଙ୍କ ହଟ ଅନ୍ଦାଜ ନଜର ଆସିଛି ।

ଗୀତର ଟିଜରରେ ସନି ଜଳପରୀ ଭାବେ ନଜର ଆସିଛନ୍ତି । ସନିଙ୍କ ହଟ ଅନ୍ଦାଜ ଟିଜର ଭିଡିଓରେ ଦେଖିବାକୁ ମିଳିଛି । ଏହି ଗୀତର ସୁଟି ଥାଇଲ୍ୟାଣ୍ଡରେ କରାଯାଇଛି । କହିରଖୁଛୁ ଯେ, ଏହି ଗୀତର ଟିଜରକୁ ୟୋ ୟୋ ହନି ସିଂ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହା ପଥମଥର ନୁହେଁ ଯେ ସନି ହନି ସିଂଙ୍କ ଗୀତରେ ନଜର ଆସିଛନ୍ତି । ଏହା ପୂର୍ବରୁ ମଧ୍ୟ ତାଙ୍କୁ ହନିଙ୍କ ଗୀତରେ ଦେଖିବାକୁ ମିଳିଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମରେ ଋଷି କପୁରଙ୍କ ବ୍ୟତିତ ସନି ସିଂ , ଜିମ୍ମୀ ଶେରଗିଲ ଏବଂ ଓମକାର କପୁର ପ୍ରମୁଖ ଭୂମିକାରେ ନଜର ଆସିବେ । ନିକଟରେ ଫିଲ୍ମର ଟ୍ରେଲର ଏବଂ ଏକ ଗୀତ ରିଲିଜ ହୋଇଥିଲା । ଏହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଫିଲ୍ମ ୧୯ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More