Only for Entertainment

ଯାତ୍ରା ଦୁନିଆରେ ଡେବ୍ୟୁ କରିବେ ଅଭିନେତ୍ରୀ ଜିନା ସାମଲ ! କହିଲେ ଯାତ୍ରାରୁ ଭଲ…

google
133

ବେଶ୍‍ କିଛିଦିନ ପରେ ପୁଣି ବଡ଼ ପରଦାକୁ ଫେରୁଛନ୍ତି ଜଣାଶୁଣା ନାୟିକା ଜିନା । କଟକ ଜିଲ୍ଲା ବୟାଳିଶି ମୌଜା ଛବିଶ ପ୍ରଗଣା ଅନ୍ତର୍ଗତ ବରାଳ ଗାଁର ବୀର ପୁଅ ରଘୁ ପଟ୍ଟନାୟକଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଥିବା ଓଡ଼ିଆ ଚଳଚ୍ଚିତ୍ର ‘ରଘୁ ସର୍ଦ୍ଦାର’ରେ ଜିନା ନାୟିକା ଭୂମିକାରେ ଅଭିନୟ କରୁଛନ୍ତି ।  ଏବେ ଜିନାଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଆଲ୍‍ବମ୍‍ ସହିତ ଉଭୟ ବଡ଼ ଓ ଛୋଟ ପରଦାରେ ଅଭିନୟ କରିବା ପରେ ଜିନା ଯଲିଉଡରେ ବି ପାଦ ଥାପିବା ନେଇ ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ, ସେ ଖୁବ୍‍ଶୀଘ୍ର କୌଣସି ଯାତ୍ରାପାର୍ଟିରେ କଳାକାର ଭାବେ ଅଭିନୟର ଏକ ନୂଆ ଇନିଂସ ଖେଳିପାରନ୍ତି । ନିକଟରେ ଏକ ଚାଟ୍‍ ସୋ’ରେ ସେ ନିଜେ ଏ ନେଇ ସୂଚନା ଦେଇଛନ୍ତି । ଯଲିଉଡ୍‍ରୁ ତାଙ୍କୁ ଅନେକ ଅଫର୍‍ ମିଳିଥିବା ସେ କହିଛନ୍ତି । ଏଥିରେ ତାଙ୍କୁ ଭଲ ପାରିଶ୍ରମିକ ମିଳିବ ବୋଲି ମଧ୍ୟ କହିଛନ୍ତି । ଖାଲି ସେତିକି ନୁହେଁ, ସେ ଯାତ୍ରାମଞ୍ଚରେ ଦର୍ଶକଙ୍କୁ ତାଙ୍କ ଅଭିନୟ ଦେଖାଇବାକୁ ଚାହୁଁଛନ୍ତି ବୋଲି କହିଥିଲେ ।

‘ରଘୁ ସର୍ଦ୍ଦାର’ ସିନେମାରେ ରଘୁ ଭୂମିକାରେ ଦେବାଶିଷ ଓ ତାଙ୍କ ସହଧର୍ମିଣୀ ଭାବେ ଜିନାଙ୍କୁ ଦେଖିବାକୁ ମିଳିବ । ଆଗରୁ ଏହି ଭୂମିକାଟିକୁ ଲିପ୍‍ସା କରିବାର ଥିଲା ହେଲେ କୌଣସି କାରଣରୁ ଲିପ୍‍ସାଙ୍କ ସ୍ଥାନ ନେଇଛନ୍ତି ଜିନା । ଏଥିରେ କାବ୍ୟା କିରଣ, ରାଜୀବ ମହାନ୍ତି ଏବଂ ପିଣ୍ଟୁ ନନ୍ଦ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ‘ରଘୁ ସର୍ଦ୍ଦାର’ର ନିର୍ଦ୍ଦେଶକ ହେଲେ ରାଜୀବ ମହାନ୍ତି ।

ଜିନାଙ୍କର ପ୍ରଥମ ସିନେମା ଥିଲା ‘ଫେରିଆ ମୋ’ ସୁନା ଭଉଣୀ’ । ସେ ପ୍ରଥମ ସିନେମାରେ ଆଲବମ୍‍ କିଙ୍ଗ ବବି ମିଶ୍ରଙ୍କ ନାୟିକା ସାଜିଥିଲେ । ଏହି ସିନେମାକୁ କିନ୍ତୁ ଆଶାନୁରୂପକ ସଫଳତା ମିଳିନଥିଲା । ଓଲିଉଡରେ ନାୟିକା ଭାବେ ବେଶ୍‍ ସଫଳତା ହାସଲ କରି ଥିଲେ ବି ଜିନା ସାମଲ ପରେ କିନ୍ତୁ ଜଣେ ଆଗଧାଡ଼ିର ନାୟିକା ହେବାରେ ଅସମର୍ଥ ହେଲେ । ତେବେ ଜିନା ସେଇଠି ଅଟକି ନାହାନ୍ତି । ସେ ଅଳ୍ପ କେତୋଟି ସିନେମାରେ ବିଭିନ୍ନ ନାୟକଙ୍କ ବିପକ୍ଷରେ ଅଭିନୟ କରିଛନ୍ତି । ସେ ଉଭୟ ବଡ଼ ଏବଂ ଛୋଟ ପରଦାରେ ସକ୍ରିୟ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More