Only for Entertainment

ରିଲିଜ ହେଲା ନୂଆ ରୋମାଟିଂକ ମ୍ୟୁଜିକ ଭିଡିଓ ଧିରେ ଧିରେ ହେଲୁ ମୋର ଜିଇଁବାର କାରଣ !

48

ବଲିଉଡ ଓ ଓଲିଉଡ ଫିଲ୍ମର ଭିଡ ଭିତରେ ନିଜ ସ୍ୱତନ୍ତ୍ରତା ବଜାୟ ରଖିଛି ମ୍ୟୁଜିକ ଭିଡିଓ । ଭଳିକି ଭଳି ଗୀତ ସହ ଦର୍ଶକ ଓ ଶ୍ରୋତାଙ୍କୁ କରୁଛି ମନୋରଞ୍ଜନ । ଏବେ ୟୁଟ୍ୟୁବରେ ରିଲିଜ ହୋଇଛି ନୂଆ ମ୍ୟୁଜିକ ଭିଡିଓ । ଗୀତ ପରି ମ୍ୟୁଜିକ ଭିଡିଓରେ ଟାଇଟେଲ ମଧ୍ୟ ବେଶ ରୋମାଂଟିକ ହୋଇଛି । ଧିରେ ଧିରେ ହେଲୁ ମୋର ମ୍ୟୁଜିକ ଆଲବରେ ଆସିଛି ନୂଆ ଗୀତ ଜିଇଁବାର କାରଣ ।

ଆସିଛି ନୂଆ ରୋମାଟିଂକ ମ୍ୟୁଜିକ ଭିଡିଓ ଧିରେ ଧିରେ ହେଲୁ ମୋର ଜିଇଁବାର କାରଣ । ପ୍ରେମର ନୂଆ ପରିଭାଷା ନେଇ ପ୍ରସ୍ତୁତ କରାଯାଇଛି ଏହି ରୋମାଟିଂକ ଟ୍ରାକ୍ । ଅଭିନେତା ଅଙ୍କିତ କୁମାର ଓ ସାଇନିଂଷ୍ଟାର ସୁଲଗ୍ନାଙ୍କ ଅନସ୍କ୍ରିନ ରୋମାନ୍ସ ଦେଖିବାକୁ ମିଳିଛି । ପ୍ରତିଥର ପରି ଏଥରକ ମଧ୍ୟ ଲୋକପ୍ରିୟ କଣ୍ଠଶିଳ୍ପୀ ହୁମାନ ସାଗର ମଧ୍ୟ ନିଜର ଯାଦୁଗରୀ ଗାୟକିରେ ଶ୍ରୋତାଙ୍କ ମନ ଜିତିଛନ୍ତି । ହ୍ୟୁମାନଙ୍କ ସ୍ୱରରେ ତାଳରେ ତାଳ ମିଶାଇଛନ୍ତି ଗାୟିକା ଲୋପାମୁଦ୍ରା ।

ଶଶିକାନ୍ତଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ସୌଭାଗ୍ୟ ମିଶ୍ର । ଏହି ରୋମାଟିଂକ ଟ୍ରାକର ନିର୍ଦ୍ଦେଶନା ଦେଇଛନ୍ତି ଏସ କେ ମୁରଲୀ ଧରଣ । ଅନ୍ୟପଟେ ସହଯୋଗୀ ନିର୍ଦ୍ଦେଶନାରେ ଅଛନ୍ତି ଚିନ୍ମୟ ।ଦର୍ଶକଙ୍କୁ ଗୀତକୁ ପସନ୍ଦ କରୁଥିବାବେଳେ ଆଗକୁ ଏହା ଅଧିକ ଲୋକପ୍ରିୟ ହେବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More