Only for Entertainment

ମୃଗ ଶିକାର ମାମଲାରେ ସଲମାନଙ୍କୁ ଜେଲ ନା ମିଳିବ ଆଶ୍ୱସ୍ତି, ୫ ଏପ୍ରିଲରେ ହେବ ନିର୍ଣ୍ଣୟ

Oh My India
0 51

ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ଜେଲଦଣ୍ଡ ହେବ ନା ତାଙ୍କୁ ଏହି ମାମଲାରୁ ଆଶ୍ୱସ୍ତ ମିଳିବ ତାହାର ନିର୍ଣ୍ଣୟ ଏପ୍ରିଲ ୫ରେ ହେବ । ୧୮ ବର୍ଷ ପୁରୁଣା ଏହି ମାମଲାର ଶୁଣାଣି ବୁଧବାର ପୁରା ଦେବା ପରେ ଜୋଧପୁର ଗ୍ରାମୀଣ ଦେବକୁମାର ଖତ୍ରୀ କୋର୍ଟର ନିର୍ଣ୍ଣୟକୁ ସୁରକ୍ଷିତ ରଖିଛନ୍ତି । ବର୍ତ୍ତମାନ ଏହି ମାମଲାର ଆଗାମୀ ଶୁଣାଣି ଆସନ୍ତା ୫ ଏପ୍ରିଲକୁ ହେବ ।

ସଲମାନ ଏବଂ ଅନ୍ୟ ଆରୋପିମାନଙ୍କ ଉପରେ ୧ ଏବଂ ୨ ଅକ୍ଟୋବର ୧୯୯୮ରେ ଲୁଣୀ ଥାନା ଅଂଚଳରେ କାଙ୍କାଣୀ ଗ୍ରାମରେ ଦୁଇଟି କଳା ହରିଣର ଶିକାର କରିବାର ଆରୋପ ଲାଗିଛି । ସଲମାନଙ୍କ ବ୍ୟତିତ ସୈଫ ଅଲୀ ଖାନ, ନୀଲମ, ସୋନାଲୀ ବେନ୍ଦ୍ରେ, ତବୁ ଏବଂ ଦୁଷ୍ୟନ୍ତ ସିଂ ଉପରେ ମଧ୍ୟ ଏହି ଆରୋପ ଲଗାଯାଇଛି । ସଲମାନଙ୍କ ଓକିଲଙ୍କ ସମେତ ସମସ୍ତ ଆରୋପିଙ୍କ ଓକିଲ ଶୁଣାଣି ବେଳେ କୋର୍ଟରେ ଉପସ୍ଥିତ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More