Only for Entertainment

ଜୋନସ ପରିବାରରେ ହେବାକୁ ଯାଉଛି ଆଉ ଏକ ଫଙ୍କସନ, ଜୋ ଏବଂ ସୋଫି କରିବେ ଆସନ୍ତା ବର୍ଷ ବିବାହ !

amarujala
37

ପ୍ରିୟଙ୍କା ଚୋପ୍ରା ଏବଂ ନିକଙ୍କ ବିବାହ ଡିସେମ୍ବର୨ରେ ଶେଷ ହୋଇଯାଇଛି । ଏହି ମଉକାରେ ଜୋନସ ପରିବାର ଭାରତୀୟ ବେଶଭୂଷାରେ ନଜର ଆସିଥିଲେ । ପ୍ରିୟଙ୍କାଙ୍କ ସଂଗୀତ ସେରେମନୀରେ ପ୍ରିୟଙ୍କାଙ୍କ ଭାବୀ ଦେଢଶାଶୂ ଅର୍ଥାତ ଚର୍ଚ୍ଚିତ ଟିଭି ସିରିଜ ‘ଗେମ ଅଫ ଥ୍ରୋନ୍ସ’ର ଅଭିନେତ୍ରୀ ସୋଫି ଟର୍ନରଙ୍କ ନିଆରା ଅନ୍ଦାଜ ଦେଖିବା ଲାୟକ ଥିଲା ।

ନିକ ଏବଂ ପ୍ରିୟଙ୍କାଙ୍କ ବିବାହ ପରେ ଜୋନସ ପରିବାରରେ ପୁଣି ଥରେ ବିବାହ ଶାହାନାଇ ବାଜିବ । ନିକଙ୍କ ବଡ ଭାଇ ଜୋ ଜୋନସ ମଧ୍ୟ ନିଜ ପାର୍ଟନର ସୋଫି ଟର୍ନରଙ୍କୁ ଆସନ୍ତା ବର୍ଷ ବିବାହ କରିବେ । ଦୁହିଁଙ୍କ ବିବାହ ଫ୍ରାନ୍ସରେ ହେବ । ଜୋ ନିଜ ଭାଇଙ୍କ ଠାରୁ ୩ବର୍ଷ ବଡ ଅଟନ୍ତି ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ସୋଫି ଆମେରିକା ଟିଭି ସିରିଅଲ ‘ଗେମ ଅଫ ଥ୍ରୋନ୍ସ’ର ଅଭିନେତ୍ରୀ ଅଟନ୍ତି । ଏହି ଯୋଡି ଅକ୍ଟୋବର ୨୦୧୭ରେ ନିର୍ବନ୍ଧ କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More