ଗୁଗଲ ଟ୍ରେଣ୍ଡରେ ନମ୍ବର ୱାନରେ ରହିଲେ ଯୋଗୀ ଆଦିତ୍ୟନାଥ,ଲୋକପ୍ରିୟତା ଏବେ ମଧ୍ୟ ବଜାୟ ରହିଛି ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯଦିଓ ବିଗିଡ଼ିଥିବା କାନୁନ ବ୍ୟବସ୍ଥାକୁ ନେଇ ବିପକ୍ଷ ଦଳର ଟାର୍ଗେଟରେ ଅଛନ୍ତି ତଥାପି ତାଙ୍କ ଲୋକପ୍ରିୟତା କେତେ ରହିଛି ତାହାର ଅନୁମାନ ଆପଣ ଏହି ଖବରରୁ କରିପାରିବେ ।ବାସ୍ତବରେ ଗୁଗଲ ଟ୍ରେଣ୍ଡସ ଅନୁସାରେ ଯୋଗୀ ସାରା ଦେଶରେ ପୂର୍ବରୁ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମଧ୍ୟରେ ସବୁଠାରୁ ଅଧିକ ଖୋଜା ଯାଇଥିବା ନେତା । ଏହି ଲିଷ୍ଟରେ ସେ ଗତ ୧ ବର୍ଷ ହେବ ନମ୍ବର ୱାନରେ ଅଛନ୍ତି ।
କହିରଖୁଛୁଯେ ଏହି ଟ୍ରେଣ୍ଡ ଏଭଳି ସମସ୍ୟାରେ ଚର୍ଚ୍ଚାରେ ରହିଛି ଯେତେବେଳେ ବିଜେପି ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟପ୍ରଦେଶ,ରାଜସ୍ଥାନ ଏବଂ ଛତିଶଗଡ଼ରେ ହେବାକୁ ଥିବା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ କରିଛନ୍ତି । ଗୁଗଲ ଟ୍ରେଣ୍ଡରେ ଯୋଗୀ ସବୁଠାରୁ ଉପରେ ଅଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଣିବରାଜ ସିଂ ଚୌହାନ ଦ୍ୱିତୀୟ ନମ୍ବରରେ ଅଛନ୍ତି ।
ଟ୍ରେଣ୍ଡ ଅନୁସାରେ ଯୋଗୀଙ୍କୁ ନେଇ ୭୦ ପ୍ରତିଶତ ପର୍ଯ୍ୟନ୍ତ ସର୍ଚ କରାଯାଇଛି । ତାଙ୍କୁ ସବୁଠାରୁ ଅଧିକ ୟୁପି,ତ୍ରିପୁରା,ଦାଦର ବା ନଜର ହବେଳି ଏବଂ ନାଗାଲାଣ୍ଡରେ ଅଧିକ ସର୍ଚ କରାଯାଇଛି ।