Only for Entertainment

ଅପକମିଂ ଫିଲ୍ମ ‘ସତ୍ୟମେବ ଜୟତେ’ର ନୂଆ ଗୀତ ‘ତାଜଦାର ଏ ରେହେମ’ ରିଲିଜ ।

youtube
0 34

ଜନ ଅବ୍ରାହମ ଏବଂ ମନୋଜ ବାଜପେୟୀ ଅପକମିଂ ଫିଲ୍ମ ‘ସତ୍ୟମେବ ଜୟତେ’ର ଡେଟ ରିଲିଜ ଯେତେ ପାଖେଇ ଆସୁଛି, ଦୁଇ କଳାକାରଙ୍କ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ବଢିବାରେ ଲାଗିଛି । ଫିଲ୍ମର ଟ୍ରେଲରକୁ ଦର୍ଶକଙ୍କ ଶାନଦାର ରେସପନ୍ସ ମିଳିଛି । ଏହି ଫିଲ୍ମର ଦିଲବର ଗୀତ ରିଲିଜ କରାଯାଇଥିଲା ଏବଂ ଯାହାକୁ ଦର୍ଶକ ଖୁବ ମାତ୍ରାରେ ପସନ୍ଦ ମଧ୍ୟ କରିଛନ୍ତି । ଏବେ ମେକର୍ସ ଏହି ଫିଲ୍ମର ନୂଆ ଗୀତ ‘ତାଜଦାର ଏ ରେହେମ’ ରିଲିଜ କରିଛନ୍ତି । ଏହି ଗୀତ ପାରମ୍ପାରିକ ବଲିଉଡ ଗୀତରୁ ଭିନ୍ନ ରହିଛି ।

ଏହି ଗୀତ ତିନୋଟି ଅଲଗା ଅଲଗା ଡାଏଲଗରୁ ଆରମ୍ଭ ହେଉଛି । ଦେଖନ୍ତୁ ଭିଡିଓ –

ସତ୍ୟମେବ ଜୟତେ ୧୫ଅଗଷ୍ଟରେ ପରଦାରେ ରିଲିଜ ହେବ । ଏବେ ପର୍ଯ୍ୟନ୍ତ ଫିଲ୍ମର ଟ୍ରେଲର ଏବଂ ଏହି ଗୀତକୁ ଦେଖିବା ପରେ ଅନୁମାନ ଲଗାଯାଉଛି ଯେ ଦମଦାର ଡାଏଲଗ ଶୁଣିବାକୁ ମିଳିବ । ଏହି ଫିଲ୍ମରେ ଲେଖକ ମିଲାପ ଝାବେରୀ ମଧ୍ୟ ଡିରେକ୍ସନରେ ନିଜର ଡେବ୍ୟୁ କରିଛନ୍ତି । ୧୫ଅଗଷ୍ଟରେ କେବଳ ସତ୍ୟମେବ ଜୟତେ ନୁହେଁ ଗୋଲ୍ଡ ମଧ୍ୟ ରିଲିଜ ହେବ । ସବୁଠାରୁ ମଜାଦାର କଥା ହେଉଛି ଦର୍ଶକ କେଉଁ ଫିଲ୍ମକୁ ବେଶୀ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More