Only for Entertainment

ଜନ ଅବ୍ରାହମ ଏବଂ ମୋନୀ ରୟ ଷ୍ଟାରର ରୋମିଓ ଅକବର ୱାଲ୍ଟରର ଟ୍ରେଲର ରିଲିଜ !

26

ବଲିଉଡ ହଟ ଜନ ଅବ୍ରାହମ ଖୁବ ଶୀଘ୍ର ଫିଲ୍ମ ରୋମିଓ ଆକବର ୱାଲ୍ଟରରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ମୋନୀ ରୟ ନଜର ଆସିବେ । ଏହି ଫିଲ୍ମ ଏକ ଦେଶଭକ୍ତି ସତ୍ୟ କାହାଣୀ ଉପରେ ଆଧାରିତ, ଯେଉଁଥିରେ ଦେଶ ପାଇଁ ବଳିଦାନ, ଦେଶଭକ୍ତି ଏବଂ ପ୍ରେମ ଦେଖିବାକୁ ମିଳିବ । ଏହି ଫିଲ୍ମ ୧୯୭୧ରେ ହୋଇଥିବା ଯୁଦ୍ଧକୁ ଦର୍ଶା ଯାଇଛି । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି ।

ଏହି ଟ୍ରେଲରରେ ଜନଙ୍କ ଭିନ୍ନ ଭିନ୍ନ ଲୁକରେ ଦେଖିବାକୁ ମିଳିଛି । କେବେ ପୁଲିସ ରୁପରେ ତ କେବେ ଆଘାତପ୍ରାପ୍ତ ବ୍ୟକ୍ତିଙ୍କ ରୁପରେ । ଜନଙ୍କ ଏକ୍ସପ୍ରେସନ ଦେଖିବାକୁ ମିଳିଛି । ୨;୪୬ସେକେଣ୍ଡର ଲମ୍ବା ଟ୍ରେଲରରେ ଜନ ଏବଂ ଜ୍ୟାକିଙ୍କ ବ୍ୟତୀତ ମୋନୀ ରୟ ଏବଂ ସିକନ୍ଦର ଖେର ମଧ୍ୟ ନଜର ଆସିବେ । ଏଥିରେ ଜନଙ୍କ ଜାସୁସ ହେବାରେ କାହାଣୀ ଏବଂ ତାଙ୍କ ଯାତ୍ରା ସମ୍ପର୍କରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More