Only for Entertainment

ଫିଲ୍ମ ପ୍ରମୋଶନରେ ଜନଙ୍କ ସହ ନଜର ଆସିଲେ ‘ସୁପର୩୦’ର ଅଭିନେତ୍ରୀ ମୃଣାଳ!

52

ଜନ ଆବ୍ରାହମ, ମୃଣାଳ ଠାକୁର ଏବଂ ନିର୍ଦ୍ଦେଶକ ନିଖିଲ ଆଡଭାନୀଙ୍କୁ ଫିଲ୍ମ ପ୍ରମୋସନ କରୁଥିବାର ଦେଖିବାକୁ ମିଳିଛି । ନିଖିଲ ଆଡଭାନୀଙ୍କ ନିର୍ଦ୍ଦେଶନାରେ ପ୍ରଯୋଜିତ ହୋଇଥିବା ଏହି ଫିଲ୍ମଟି ୧୫ ଅଗଷ୍ଟ ୨୦୧୯ ରେ ପରଦାରେ ଦେଖିବାକୁ ମିଳିବ ।

ପ୍ରମୋଶନ ସମୟରେ ଜନ୍ ଆବ୍ରାହମ ଏବଂ ମୃଣାଳ ଠାକୁର୍ ମସ୍ତି କରୁଥିବାର ନଜର ଆସିଥିଲେ । ମୃଣାଳ ଠାକୁର ଖୁବ ସୁନ୍ଦର ମଧ୍ୟ ଦେଖାଯାଉଥିଲେ ।

ଜନଙ୍କର ଦମଦାର ଲୁକ୍ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଜନଙ୍କ ଫିଲ୍ମ ‘ବାଟଲା ହାଉସ’ ଏବଂ ଅକ୍ଷୟ କୁମାରଙ୍କ ‘ମିଶନମଙ୍ଗଲ’ ଚର୍ଚ୍ଚାରେ ରହିଥିବା ବେଳେ ଏହି ଦୁଇ ଫିଲ୍ମ ଗୋଟିଏ ଦିନ ଅର୍ଥାତ ଅଗଷ୍ଟ ୧୫ରେ ରିଲିଜ ହେବ ।

ଫିଲ୍ମକୁ ନେଇ ଜନ୍ ଆବ୍ରାହମ କହିଛନ୍ତି ଯେ, ତାଙ୍କ ଫିଲ୍ମ ବାଟଲା ହାଉସ’କୁ ନେଇ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛିି, ତେବେ ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ମଙ୍ଗଲ ଫିଲ୍ମ ତାଙ୍କ ଫିଲ୍ମ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଜନ୍ ଆଶା ବାନ୍ଧିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More