Only for Entertainment

‘ର’ ପରେ ଜନଙ୍କ ହାତରେ ଲାଗିଲା ଆଉ ଏକ ଫିଲ୍ମ, ଜୁଲାଇରୁ ଆରମ୍ଭ ହେବ ସୁଟିଂ

Bollywood
23

ବଲିଉଡ ଅଭିନେତା ଜନ ଆବ୍ରାହମ ଏବେ ନିଜର ଆଗାମୀ ଫିଲ୍ମ ‘ର’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଇତି ମଧ୍ୟରେ ଜନ ଟ୍ୱିଟ କରି ଫ୍ୟାନ୍ସଙ୍କୁ ନିଜର ଆଗାମୀ ପ୍ରୋଜେକ୍ଟ ବିଷୟରେ ସୂଚନା ଦେଇଛନ୍ତି । ଏହା ସହିତ ସେ ନିଜର ବାଇକ ରାଇଡିଂ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଜନ ଟ୍ୱିଟ କରି ଲେଖିଥିଲେ- କାହାଣୀ ଯାହା ମୋ ହୃଦୟର ଖୁବ ନିକଟତର । ଏହାର ପଥରେ ଯାତ୍ରା କରିବା ପାଇଁ ଉତ୍ସାହିତ । ଫିଲ୍ମର ସୁଟିଂ ଜୁଲାଇ ୨୦୧୯ରୁ ଆରମ୍ଭ ହେବ । ଏହି ଫିଲ୍ମକୁ ଅଜୟ କପୁର ପ୍ରଡ୍ୟୁସ କରିବେ ।

କହିରଖୁଛୁ ଯେ, ଅଜୟଙ୍କ ସହିତ ଜନ ତୃତୀୟ ଥର ପାୁଇଁ ହାତ ମିଳାଇଛନ୍ତି । ଏହା ପୂର୍ବରୁ ସେ ର ଏବଂ ପରମାଣୁକୁ ପ୍ରଡ୍ୟୁସ କରିଛନ୍ତି । କିନବ୍ତୁ ଜନଙ୍କ ଏହି ନୂଆ ଫିଲ୍ମର ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ଫିଲ୍ମରେ ଜନ ଆବ୍ରାହମଙ୍କ ସ୍ପୋର୍ଟି ଅନ୍ଦାଜ ନଜର ଆସିବ ବୋଲି ଫଟୋରୁ ଜଣା ପଡୁଛି ।

ଜନ ଏବେ ଫିଲ୍ମ ‘ର’ର ପୋଷ୍ଟ ପ୍ରଡକ୍ସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ୫ ଏପ୍ରିଲରେ ରିଲିଜ ହେବ । ଫିଲ୍ମରେ ଜନ ଏକ ଭାରତୀୟ ଜାସୁସ ଭୂମିକାରେ ନଜର ଆସିବେ । ଫିକ୍ଳେ ଜନଙ୍କ ଭିନ୍ନ ଭିନ୍ନ ଲୁକ୍ସ ମଧ୍ୟ ଦେଖିବାକୁ ମିଳିବ । ‘ର’ରେ ଜନଙ୍କ ଅପୋଜିଟରେ ମୌନୀ ରୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More