Only for Entertainment

ଫ୍ୟାନ୍ସଙ୍କ ସହ ଜନ୍ମଦିନ ସେଲିବ୍ରେଟ କରୁଥିବା ନଜର ଆସିଲେ ଜନ୍ , ଫଟୋରେ ଦେଖିବାକୁ ମିଳିଲା ହିରୋଙ୍କ ପ୍ରତି ଫ୍ୟାନ୍ସଙ୍କ ଭଲ ପାଇବା !

28

ହ୍ୟାଣ୍ଡସମ ବୟ ଜନ ଅବ୍ରାହାମ ୧୭ଡିସେମ୍ବର ଅର୍ଥାତ ଆଜି ନିଜ ୪୭ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ରାତି ୧୨ଟାରେ ସୋସିଆଲ ମିଡିଆରେ ଅଭିନେତାଙ୍କୁ ଫ୍ୟାନ୍ସମାନେ ଶୁଭେଚ୍ଛା ସୁଅ ଛୁଟାଇଛନ୍ତି । ଜନଙ୍କ ପାଇଁ ଥିବା ଭଲ ପାଇବା ଜାହିର କରିଛନ୍ତି ପ୍ରଶଂସକ । ନିକଟରେ ନିଜ ଜନ୍ମଦିନ ଫ୍ୟାନ୍ସଙ୍କ ସହ ସେଲିବ୍ରେଟ କରିଥିଲେ, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଫଟୋରେ ଜନ ଫ୍ୟାନ୍ସଙ୍କ ସହ କେକ କାଟି ନିଜ ଜନ୍ମଦିନ ସେଲିବ୍ରେଟ କରୁଥିବା ନଜର ଆସିଛନ୍ତି । କେକ କାଟି ଜନ ପ୍ରଥମେ ଫ୍ୟାନ୍ସଙ୍କୁ କେକ ଖୁଆଇଛନ୍ତି ।

ଅଭିନେତାଙ୍କୁ ଫ୍ୟାନ୍ସ ଏକ ଶାଲ ଏବଂ ଏକ ନାଲି ରଂଗର ରାଜସ୍ତାନୀ ପଗଡି ଉପହାର ଦେଇଛନ୍ତି , ଯାହା ସେ ପିନ୍ଧିଥିବା ଦେଖିବାକୁ ମିଳିଛି ।

ଫ୍ୟାନ୍ସମାନେ ଜନଙ୍କ ପାଇଁ ଯେଉଁ କେକ ଆଣିଥିଲେସେଥିରେ ତାଙ୍କ ଅପକମିଂ ଫିଲ୍ମ ସତ୍ୟ ମେବ ଜୟତେ୨’ର ପୋଷ୍ଟର ରହିଛି ।

ତେବେ ଜନଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କିଛି ଦିନ ହେବ ଜନ ନିଜ ଅପକମିଂ ଫିଲ୍ମ ‘ଅଟେକ’ ଏବଂ ‘ସତ୍ୟମେବ ଜୟତେ’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଦୁଇଟି ଯାକ ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More