Only for Entertainment

ଅଭିନେତା ଜନ ଅବ୍ରହାମ କହିଲେ ଟଙ୍କା ପାଇଁ ଵିଵାହରେ ନାଚି ପାରିବେ ନାହିଁ ଏବଂ ଏଭଳି ଉଡ଼ାଇଲେ ସଲୁ ମିଆଁ ଙ୍କ ମଜାକ !

deccan chronicle
48

ବଲିଉଡ୍‌ରେ ଦବଙ୍ଗ ଖାନ୍‌ଙ୍କ ସହ ପଙ୍ଗା ନେବା କେତେ ଭାରି ପଡ଼ିଥାଏ ତାହା ପୂର୍ବରୁ ଅନେକ ଥର ଦେଖିବାକୁ ମିଳିଛି । କାହାକୁ କାମ ମିଳି ନାହିଁ ତ କିଏ ଇଣ୍ଡଷ୍ଟ୍ରିରୁ ହିଁ ଉଭାନ ହୋଇ ଯାଇଥାନ୍ତି। ଏତେ ସବୁ ପରେ ମଧ୍ୟ ସଲମାନଙ୍କ ସହ ଦୁଇ ଦୁଇ ଥର କାମ କରିଥିବା ଅଭିନେତା ଜନ୍‌ ଆବ୍ରାହିମ୍‌ ତାଙ୍କୁ ନେଇ ସମାଲୋଚନା କରି ନିଜର ମତ ରଖିଛନ୍ତି। ସଲମାନ୍‌ଙ୍କ ଫିଲ୍ମ ‘ରେସ୍‌-୩’କୁ ନେଇ ଜନ୍‌ ଦେଇଥିବା ମତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୧୮ରେ ହୋଇଥିବା ଏକ ସାକ୍ଷାତକାରରେ ସେ ସଲମାନ ଖାନ୍‌ଙ୍କ ରିଲିଜ୍‌ ହୋଇଥିବା ଫିଲ୍ମ ‘ରେସ୍‌-୩’କୁ ନେଇ ସେ ନିଜର ମତ ରଖିଥିଲେ ।

ତାଙ୍କ କହିବା ଅନୁଯାୟୀ, ‘ଆଜିକାଲି ଲୋକମାନେ ଫ୍ଲପ୍‌ ଫିଲ୍ମ ଦେଇ ମଧ୍ୟ ନମ୍ବର ଓ୍ଵାନ୍‌ରେ ରହୁଛନ୍ତି । ଯେମିତି କି ସଲମାନ୍‌ ଖାନ୍‌ । ୨୦୧୮ରେ ତାଙ୍କ ଫିଲ୍ମ ‘ରେସ୍‌-୩’ ବକ୍ସ ଅଫିସରେ ସୁପରଫ୍ଲପ୍‌ ହୋଇଥିଲା । କିନ୍ତୁ ଏ ବସୁ ସତ୍ତ୍ୱେ ସଲମାନଙ୍କ ନାଁ ଅଧିକ ଟଙ୍କା ନେଉଥିବା କଳାକାରଙ୍କ ସୂଚୀରେ ନମ୍ବର ୧ରେ ଥିଲା । ୩ ବର୍ଷ ଧରି ତାଙ୍କ ନାମ ଅଧିକ ଟଙ୍କା ନେଉଥିବା କଳାକାରଙ୍କ ସୂଚୀରେ ରହିଥିବା ବେଳେ ତାଙ୍କ ଫିଲ୍ମ ସେତେଟା ଭଲ ପ୍ରଦର୍ଶନ କରି ପାରିନାହିଁ।’ ତେବେ ଜନ୍‌ଙ୍କ ଏଭଳି ମତ ଉପରେ ସଲମାନ କିଭଳି ପ୍ରତିକ୍ରିୟା ରଖିବେ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More