Only for Entertainment

ପୁଣି ଥରେ ଆକ୍ସନ ଅବତାରରେ ନଜର ଆସିବେ ଜନ ଅବ୍ରାହାମ, ଥ୍ରୀଲର ଫିଲ୍ମ ‘ଆଟାକ୍’ରେ ଦେଖାଇବେ ନିଜର କମାଲ !

24

ଜନ ଅବ୍ରାହାମଙ୍କ ଫିଲ୍ମ ବାଟଲା ହାଉସ ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଲେଣି । ତାଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ଏହାମଧ୍ୟରେ ଜନ ନିଜ ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି । ଜନଙ୍କ ଆଗାମୀ ଫିଲ୍ମ ଏକ ଆକ୍ସନ-ଥ୍ରୀଲର ଫିଲ୍ମ ହେବ, ଯାହାର ଟାଇଟେଲ ରହିଛି ‘ଆଟାକ୍’ ।

ବଲିଉଡ ରିପୋର୍ଟ ମୁତାବକ ଏହି ଫିଲ୍ମର ନିର୍ଦ୍ଦେଶକ ଲକ୍ଷ୍ୟ ରାଜ ଆନନ୍ଦ ନିର୍ଦ୍ଦେଶନା ଭାର ତୁଲାଇବେ । ଫିଲ୍ମର ନିର୍ମାଣ ଦାୟିତ୍ୱ ତୁଲାଇବେ ଧୀରଜ ବାଧବନ, ଅଜୟ କପୂର ଏବଂ ଜନଙ୍କ ପ୍ରଡକ୍ସନ କମ୍ପାନୀ ଜେଏ ଏଂଟରଟେନମେଂଟ କରିବ । ଏହି ନିର୍ମାତା ଫିଲ୍ମ ‘ପରମାଣୁ’ ଏବଂ ‘ରୋମିଓ ଆକବର ୱାଲ୍ଟର ଭଳି ଫିଲ୍ମ ମଧ୍ୟ ପ୍ରଡ୍ୟୁସ କରି ସାରିଲେଣି ।

ଜନଙ୍କ ଏହି ଫିଲ୍ମ ବିଷୟରେ ଯାହା ସୂଚନା ମିଳିଛି , ଏହା ଏକ ଥ୍ରୀଲର ଫିଲ୍ମ ଏବଂ ଏହାର କାହାଣୀ ଖୁବ ରୋଚକ ହେବ । ଫିଲ୍ମ ର ସୁଟିଂ ଚଳିତ ବର୍ଷ ଡିସେମ୍ବରରେ ଆରମ୍ଭ ହେବ । ଏହାବ୍ୟତୀତ ଜନ ନିଜ ଆଗାମୀ ଫିଲ୍ମ ‘ବାଟଲା ହାଉସ’ କାରଣରୁ ଚର୍ଚ୍ଚାରେ ରହିଛନ୍ତି ।

ବାଟଲା ହାଉସ’ର ଟ୍ରେଲର ଏବଂ ଟିଜର ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି । ତାଙ୍କର ଏହି ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଆସନ୍ତା ମାସ ୧୫ ତାରିଖରେ ରିଲିଜ ହେବ । ଜନ ଏହି ଫିଲ୍ମକୁ ନେଇ ଖୁବ ଆଶାବାଦୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More