Only for Entertainment

ଜନ ଏବଂ ପ୍ରିୟାଙ୍କ ମଧ୍ୟ ଆସିଲେ ଜଣେ ମହିଳା, ପୁଣିଥରେ ପତିଙ୍କ ଉପରେ ରାଗିଲେ ପ୍ରିୟା ।

E24
0 41

ମୁମ୍ବାଇରେ ରହୁଥିବା ଜନ ଅବ୍ରାହମ ଏବଂ ଆମେରିକାରେ ରହୁଥିବା ତାଙ୍କ ପତ୍ନୀ ପ୍ରିୟା ରୁଂଚାଲଙ୍କ ମଧ୍ୟରେ ବିବାଦ ଥିବା ଖବର ମିଡିଆରେ ଅନେକ ଥର ଆସିଛି । ଦୁଇ ବର୍ଷ ପୂର୍ବେ ମଧ୍ୟ ଏଭଳି କିଛି ଖବର ଶୁଣିବାକୁ ମିଳିଥିଲା ଯେ ଜନ ଏବଂ ପ୍ରିୟାଙ୍କ ବିବାହ ମଧ୍ୟରେ ଖୁବ ଶୀଘ୍ର ଫାଟ ହେବାକୁ ଯାଉଛି ମାତ୍ର ଜନ ଏହାର ପର୍ଦ୍ଧାଫାସ କରିଥିଲେ ଯେ ଏହି ଖବର ମିଛ ଅଟେ । ଜନଙ୍କ କହିବା ମୁତାବକ ଦୁହିଁଙ୍କ ସମ୍ପର୍କ ଭଲ ଅଛି ଏବଂ ଦୁହେଁ ଦୁହିଁଭ୍କ ସହ ଖୁସି ମଧ୍ୟ ଅଛନ୍ତି । ଏହି ବୟାନ ପରେ ଦୁହିଁଙ୍କୁ ଏକାସାଥେ ଦେଖିବାକୁ ମଧ୍ୟ ମିଳିଥିଲା । ଜନଙ୍କ ଫିଲ୍ମ ପରମାଣୁର ସ୍କ୍ରିନିଂରେ ମଧ୍ୟ ପତ୍ନୀ ପ୍ରିୟା ରୁଂଚାଲ ସାମିଲ ଥିଲେ ।

ମାତ୍ର ଏକ ୱେବସାଇଟ ଖବର ମୁତାବକ ଜନ ଆଜିକାଲି ଜଣେ ହସିନାଙ୍କ ଉପରେ ଅଧିକ ଦୟାବାନ ହେଉଛନ୍ତି । ଏବେ ଆପଣ ଭାବୁଥିବେ ସେ ମହିଳା ଜଣକ କିଏ ? ଜାଣିବାକୁ ମିଳିଛି ଯେ ମହିଳା ଜଣକ ହେଉଛନ୍ତି ସେ ଆଉ କେହି ନୁହଁନ୍ତି , ବିଗବସ-୯ରେ ଭାଗ ନେଇଥିବା ପ୍ରତିଯୋଗୀ ନୋରା ଫତେହି ।

 

ନୋରା ୨୦୧୬ରେ ରିଲିଜ ହୋଇଥିବା ଜନଙ୍କ ଫିଲ୍ମ ରକି-ହ୍ୟାଣ୍ଡସମର ଏକ ଗୀତରେ ସ୍ପେଶାଲ ଆପିୟରାନ୍ସ ଦେଇଥିଲେ । ଏହାପରେ ହିଁ ଜନ ନୋରାଙ୍କ ସହ ଟଚରେ ଥିଲେ । ଜନ ଏବେ ତାଙ୍କର ଅପକମିଂ ଫିଲ୍ମ ସତ୍ୟମେବ ଜୟତେରେ ମଧ୍ୟ ନୋରାଙ୍କୁ ସ୍ପେଶାଲ ଡ୍ୟାନ୍ସରେ ନେଇଛନ୍ତି ।

ଜନଙ୍କ ସତ୍ୟମେବ ଜୟତେ ଫିଲ୍ମରେ ନୋରା ଫତେହି ସୁଷ୍ମିତା ସେନଙ୍କ ଦିଲବର ଗୀତକୁ ରିକ୍ରୀଏଟ କରିବେ । ନୋରାଙ୍କ ଉପରେ ଏଭଳି ଦୟାବାନ ଦେଖି ଏବେ ଜନଙ୍କ ପତ୍ନୀ ନୋରାଙ୍କ ଉପରେ ନଜର ରଖୁଥିବା ବିଶେଷ ସୂତ୍ରରୁ ପ୍ରକାଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More