Only for Entertainment

ପୁଲଓ୍ଵାମାକୁ ନେଇ ସାମ୍ବାଦିକ ଏଭଳି ପ୍ରଶ୍ନ କରିବାରୁ କ୍ଷମା ମାଗିବାକୁ କହିଲେ ଅଭିନେତା ଜନ୍‌ ଆବ୍ରାହମ୍‌

58

ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ ଏବେ ଏକ ନୂତନ ଧରଣର ଫିଲ୍ମ ନେଇ ଆସୁଥିବା ଜଣାପଡ଼ିଛି । ଫିଲ୍ମର ନାଁ ରୋମିଓ ଆକ୍‌ବର ଓ୍ଵାଲଟର(ର’) ରହିଥିବା ବେଳେ ସୋମବାର ଏହାର ଟ୍ରେଲର ରିଲିଜ୍‌ କରାଯାଇଥିଲା । ଏହି ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଫିଲ୍ମ ସହ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ ଅଭିନେତା ଜନ୍‌ ଏବଂ ଫିଲ୍ମର ଅନ୍ୟ ସଦସ୍ୟ । ଏହି ସମୟରେ ଜଣେ ସାମ୍ବାଦିକ ପୁଲଓ୍ଵାମାକୁ ନେଇ ଯେଉଁଭଳି ଭାବରେ ପ୍ରଶ୍ନ କରିଥିଲେ, ତାହା ଜନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପରେ ସେ ଏଭଳି ପଚାରିଥିବା ସାମ୍ବାଦିକଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ ।

ସୂଚନା ମୁତାବକ, ଏବେ ପୁଲଓ୍ଵାମା ଆକ୍ରମଣ ଉପରେ ଆପଣ ଫିଲ୍ମ କରି ଲୋକମାନଙ୍କୁ ଯୁଦ୍ଧ କରିବା ପାଇଁ ପ୍ରୋତ୍ସାହିତ କରିବେ କି ବୋଲି ସାମ୍ବାଦିକ ପ୍ରଶ୍ନ କରିବା ପରେ ଏହାର କଡ଼ା ଜବାବ ଦେଇ କ୍ଷମା ମାଗିବାକୁ କହିଥିଲେ ଜନ୍‌ । ନିଜର ଉତ୍ତର ରଖି ଆପଣ ଯାହା ବି ପ୍ରଶ୍ନ ପଚାରୁଛନ୍ତି, ସେ ନେଇ ଆପଣଙ୍କୁ ଯତ୍ନବାନ ହେବା ଦରକାର । ଆପଣଙ୍କର ସାମାଜିକ ଦାୟିତ୍ୱ ରହିଛି । ଏଭଳି ପ୍ରଶ୍ନ ଆଉ କେବେ ପଚାରିବେ ନାହିଁ । ଦୟାକରି ସମସ୍ତଙ୍କୁ କ୍ଷମା ମାଗନ୍ତୁ ବୋଲି କହିଥିଲେ ଜନ୍‌ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More