Only for Entertainment

ସାଉଥ ସୁପରଷ୍ଟାର ଅଜୀତଙ୍କ ଫିଲ୍ମ ‘ବେଦଲମ’ର ହିନ୍ଦୀ ରିମେକରେ ନଜର ଆସିବେ ଜନ ଆବ୍ରାହମ

dna
46

ବଲିଉଡ ଅଭିନେତା ଜନ ଆବ୍ରାହମ ଗୋଟିଏ ପରେ ଗୋଟିଏ ଜବରଦସ୍ତ ଫିଲ୍ମ ସାଇନ କରୁଛନ୍ତି । ୨୦୧୮ରେ ସେ ସତ୍ୟମେବ ଜୟତେ ପରି ବକବଷ୍ଟର ଫିଲ୍ମ ଦେଇଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହା ପରେ ୨୦୧୯ରେ ସେ ‘ର’ପରି ଫିଲ୍ମରେ ନଜର ଆସିଥିଲା । ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା କରିଥିଲେ । ଏହା ପରେ ସେ ନିଖିଲ ଆଡଭାଣୀଙ୍କ ଫିଲ୍ମ ବାଟଲା ହାଉସରେ ମଧ୍ୟ ନଜର ଆସିବେ ।

ଏହି ଫିଲ୍ମ ଗୁଡିକ ବ୍ୟତିତ ଜନ ଆଉ ଦୁଇଟି ଫିଲ୍ମ ମଧ୍ୟ ସାଇନ କରିଛନ୍ତି ତାହା ହେଉଛି ସଂଜୟ ଗୁପ୍ତାଙ୍କ ଗ୍ୟାଙ୍ଗଷ୍ଟର ଡ୍ରମା ଫିଲ୍ମ । ଏହି ଫିଲ୍ମ ସହିତ ଜନ୍ ଆବ୍ରାହମ ସାଉଥ ସୁପରଷ୍ଟାର ଅଜୀତଙ୍କ ଫିଲ୍ମ ‘ବେଦଲମ’ର ହିନ୍ଦୀ ରିମେକରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ଜନ୍ ଅ ଜୀତ ବାଲାଙ୍କ ଭୂମିକାରେ ନଜର ଆସିବେ ।

ମୁମ୍ବାଇ ମିରର ତାଜା ରିପୋର୍ଟ ଅନୁସାରେ, ଟି-ସିରିଜ ର ମାଲିକ ଭୂଷଣ କୁମାର ବେଦଲମର ରାଇଟ୍ସ କିଣି ନେଇଛନ୍ତି । ଖବର ଅନୁସାରେ ଭୂଷଣଙ୍କୁ ବେଦଲମ ଖୁବ ପସନ୍ଦ ଆସିଥିଲା ଏବଂ ଏହାକୁ ନେଇ ସେ ଜନ୍ ଆବ୍ରାହମଙ୍କ ବିଷୟରେ କଥା ହୋଇଥିଲେ । ଆଉ ଜନ୍ ଏହି ଫିଲ୍ମ କରିବା ପାଇଁ ତୁରନ୍ତ ହଁ କରିଥିଲେ । ତେବେ ଦେଖିବାକୁ ବାକି ରହିଲା ଫିଲ୍ମର ଘୋଷଣା ମେକର୍ସ କେବେ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More