Only for Entertainment

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭୁମିକା ତୁଲାଇବାକୁ ଚାହାନ୍ତି ଜନ ଅବ୍ରାହାମ !

202

ବଲିଉଡ ଅଭିନେତା ଜନ ଅବ୍ରାହାମ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଯାହା କିଛି ପାକିସ୍ତାନରେ ହୋଇଥିଲା , ତାହାକୁ ନେଇ ସେ ପ୍ରଭାବିତ ହୋଇଥିଲେ । ଏହିକାରଣରୁ ସେ ଭାରତ ପାଇଁ କିଛି କରିବାକୁ ଚାହୁଁଛନ୍ତି ଏବଂ ଅଭିନନ୍ଦନଙ୍କ ସହ ଘଟିଥିବା ଘଟଣାକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଚାହୁଁଛନ୍ତି । ଜନଙ୍କ କହିବା ମୁତାବକ ପାକିସ୍ତାନର ଏଫ୧୬ ଫାଇଟର ପ୍ଲେନକୁ ଆକ୍ରମଣ କରି ପାକିସ୍ତାନରୁ ଭାରତ ଫେରିଥିବା ପାଇଲଟ ଅଭିନନ୍ଦନଙ୍କ ଉପରେ ଫିଲ୍ମ ବନାଉଥିବା ସମୟରେ ତାଙ୍କୁ ଯଦି କେହି ଏହି ଫିଲ୍ମ ପାଇଁ ଅଫର କରିବ ସେ ନିଶ୍ଚୟ ରାଜି ହୋଇଯିବେ ବୋଲି କହିଛନ୍ତି ଜନ ।

ଜନ ଅବ୍ରହାମଙ୍କ କହିବା ମୁତାବକ ଅଭିନନ୍ଦନ ବର୍ତମାନ ଭାରତର ଅସଲି ହିରୋ ଅଟନ୍ତି । ଯଦି ତାଙ୍କୁ ଏହି ଭୂମିକା ତୁଲାଇବା ପାଇଁ ସୁଯୋଗ ମିଳେ ସେ ନିଶ୍ଚୟ ଅଭିନୟ କରିବେ । ଆତଙ୍କବାଦଙ୍କ ବିରୁଦ୍ଦ ନିର୍ଣ୍ଣାୟକ ଯୁଦ୍ଧ ହେବା ଜରୁରୀ । ଆତଙ୍କ ଏବଂ ଧର୍ମକୁ ଭିନ୍ନ ରଖିବା ଉଚିତ ବୋଲି କହିଛନ୍ତି ଜନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More