Only for Entertainment

ସ୍ୱାଧିନତା ଦିବସରେ ରିଲିଜ ହେବ ଜନ ଆବ୍ରାହମଙ୍କ ଆଗାମୀ ଫିଲ୍ମ ‘ଆଟାକ’

latestly
22

ବଲିଉଡ ଅଭିନେତା ଜନ ଆବ୍ରାହମଙ୍କ ଆଗାମୀ ଥ୍ରିଲର ଫିଲ୍ମ ‘ଆଟାକ’ ଆଗାମୀ ବର୍ଷ ୧୪ ଅଗଷ୍ଟରେ ରିଲିଜ ହେବ । ଆଗାମୀ ବର୍ଷ ସ୍ୱାଧିନତା ଦିବସର ଗୋଟିଏ ଦିନ ପୂର୍ବରୁ ଫିଲ୍ମ ରିଲିଜ ହେବ । ଏହି ଫିଲ୍ମ ସହିତ ଜନ ଆବ୍ରାହମ ତୃତୀୟ ଥର ପାଇଁ ଲଗାତାର ଫିଲ୍ମ ନେଇ ଆସୁଛନ୍ତି । ୨୦୧୮ରେ ସତ୍ୟମେବ ଜୟତେ ଏବଂ ୨୦୧୯ରେ ବାଟଲା ହାଉସ ସ୍ୱାଧିନତା ଦିବସରେ ରିଲଜ ହୋଇଥିଲା । ଆଉ ଏବେ ଜନଙ୍କ ନୂଆ ଫିଲ୍ମ୍ ଆଟାକ ୨୦୨୦ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି ।

ଏହି ଆକ୍ସନ ଥିିଲର ଫିଲ୍ମରେ ଜନଙ୍କ ସହିତ ଜ୍ୟାକଲିନ ଫର୍ଣ୍ଣାଡିଜ ଏବଂ ରକୁଲ ପ୍ରିତ ସିଂ ନଜର ଆସିବେ । ଲକ୍ଷ ରାଜ ଆନନ୍ଦ ଏହି ଫିଲ୍ମର ଡାଇଲଗ ଲେଖିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଉଛନ୍ତି ।

ଜନ କହିଛନ୍ତି, ‘ଆଟାକ’ ଏକ ଖୁବ ସୁନ୍ଦର କାହାଣୀ ସହିତ ମଜାଦାର ଥ୍ରିଲର ଫିଲ୍ମ । ଜେଏ ଏଣ୍ଟରଟେନମେଣ୍ଟ ଏହି ଫିଲ୍ମ ନିର୍ମାଣ ହେବ । ଫିଲ୍ମରେ ନିର୍ମାତା କିଛି ଖାସ କରିବା ପାଇଁ ପ୍ରୟାସ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More