ଜନଙ୍କ ‘ପରମାଣୁ’ ପ୍ରମୋଶନରେ ବ୍ଲାଷ୍ଟ ହେଲେ ପବ୍ଲିକ,ଯାହା ଘଟିଲା ଜନ କେବେ ମଧ୍ୟ ମନେ ପକାଇବାକୁ ଚାହିଁବେନି ।
ବଲିଉଡ ଅଭିନେତା ଜନ ଅବ୍ରାହିମ ଗତ ମଙ୍ଗଳବାର ଦିନ ଫିଲ୍ମ ‘ପରମାଣୁ’ର ପ୍ରମୋଶନ ପାଇଁ ଦିଲ୍ଲୀରେ ପହଂଚିଥିଲେ । ଏହି ସମୟରେ ଏଭଳି ଏକ ଘଟଣା ଘଟିଲା ଯାହାକୁ ଜନ କେବେ ମଧ୍ୟ ମନେ ପକାଇବାକୁ ଚାହିଁବେନାହିଁ ।
ବାସ୍ତବରେ ସେ ଦିଲ୍ଲୀ କେକନେଟ ପ୍ଲେସରେ ଖୋଲା ଜିପରେ ଫିଲ୍ମର ପ୍ରମୋଶନ କରୁଥିଲେ । ସେହି ସମୟରେ ତାଙ୍କ ସହିତ ଯାଉଥିବା ଅନ୍ୟ ଏକ ଜିପ ଯେଉଁଥିରେ କ୍ୟାମେରାମ୍ୟାନ ଥିଲେ,ସେହି ଜିପ ଜଣେ ବାଇକ ଚାଳକକୁ ଧକ୍କା ମାରିଥିଲା । ଏହାପରେ ବାଇକ ଚାଳକ ସେହି ଡ୍ରାଇଭର ନିକଟକୁ ଯାଇ ହେଲମେଟରେ ପିଟିଥିଲେ । ଏହି କାରଣରୁ ରାସ୍ତାରେ ଭିଡ଼ ମଧ୍ୟ ଜମିଗଲା । ଏହାକୁ ତାଙ୍କ ବାଉନ୍ସର୍ସ ଏବଂ ଟ୍ରାଫିକ କମ କରିବାକୁ ଚେଷ୍ଟା କରିଥିଲେ ।
ଏହି ଫିଲ୍ମ ସତ୍ୟ କାହାଣୀ ଉପରେ ଆଧାରିତ ଭାରତର ଗୌରବର କାହାଣୀ । ଫିଲ୍ମ ୨୫ ମଇକୁ ସାରା ବିଶ୍ୱରେ ରିଲିଜ ହେବ । ଏଥିରେ ଜନଙ୍କ ସହିତ ଡାଏନା ପେଂଟି ଏବଂ ବମନ ଇରାନୀ ମୁଖ୍ୟ ଚରିତ୍ରରେ ନଜର ଆସିବେ ।