Only for Entertainment

ଏବେ ଆକ୍ସନ କମେଡି ଫିଲ୍ମରେ ନଜର ଆସିବେ ଅଭିନେତା-ରେସଲର ଜନ ସୀନା, ଜେସନ ବେଟମନ ହେବେ ନିର୍ଦ୍ଦେଶକ !

33

ଅଭିନେତା ତଥା ରେସଲରଙ୍କୁ ଆକ୍ସନ କମେଡି ଫିଲ୍ମ ପାଇଁ ବଛା ଯାଇଛି । ଜେସନ ବେଟମନ ଏହି ଫିଲ୍ମକୁ ନିର୍ଦ୍ଦେଶନା ଏବଂ ନିର୍ମାଣ କରିବେ । ଫିଲ୍ମର ନାଁ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ୱେବସାଇଟ ‘ଭେରାଇଟି ଡଟ କମ’ ଅନୁସାରେ, ଏହି ଫିଲ୍ମକୁ ‘ଗେମ ନାଇଟ’ର ଲେଖକ ମାର୍କ ପେରସ ଲେଖିଛନ୍ତି ।

ଜନସୀନା ‘ଟ୍ରେନବ୍ରେକ’, ‘ବ୍ଲକର୍ସ ଏବଂ ବମ୍ବଲବୀ ଭଳି ଫିଲ୍ମରେ କାମ କରିଛନ୍ତି । ଏହାବ୍ୟତୀତ ଜନ ପାରିବାରିକ କମେଡି ଫିଲ୍ମ ‘ପ୍ଲେଇଂ ୱିଥ ଫାୟରରେ କାମ କରିଛନ୍ତି । ଯାହାର ନିର୍ମାଣ ଆଗାମୀ ମାସରେ ଆରମ୍ଭ ହେବ । ଜନ ନିଜେ ଟ୍ୱିଟ କରି ଏହି ଖବର ଜଣାଇଛନ୍ତି । ସୀନା ଲେଖିଛନ୍ତି ଯେ ଆଜିକାଲି କୌଣସି କଥାକୁ ଲୁଚାଇ ରଖିବା ଖୁବ କଠିନ ଅଟେ । ଏହି ଖବରକୁ ଶେୟାର କରି ସେ ଖୁବ ଉତ୍ସୁକ ଅନୁଭବ କରୁଛନ୍ତି ।

କେବଳ ସେତିକି ନୁହେଁ ଏହି କଥା ପାଇଁ ମଧ୍ୟ ଫ୍ୟାନ୍ସ ଉତ୍ସାହର ସହ ଚାହିଁ ବସିଛନ୍ତି ଯେ ଏଥର ରୟାଲ ରମ୍ବଲରେ ସୀନା ନଜର ଆସିବେ କି ନାହିଁ । କାରଣ ଜନ ଏଥର ରୟାଲ ରମ୍ବଲ ଜିତିବା ପାଇଁ ଦାବେଦାରୀ ଅଟନ୍ତି । ଜନଙ୍କ ଅନେକ ଫ୍ୟାନ୍ସ ରହିଛନ୍ତି ଏବଂ ଯଦି ସେ ରୟାଲ ରମ୍ବଲରେ ନଜର ନ ଆସିବେ , ଏହା ଫ୍ୟାନ୍ସ ମାନଙ୍କୁ ନିରାଶ କରିପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More