Only for Entertainment

ରିଲିଜ ହେଲା ନୂଆ ୱେବ ସିରିଜ ‘ଜନସ୍ କାଫେ’ର ଟିଜର, ମନକୁ ଛୁଇଁଯିବ କାହଣୀ

YouTube
138

ପାନିକ ସଟସ୍, ସାହେବ ବି ସାଲା, ଟିକେ ସତ ଟିକେ ମିଛ ଏବଂ ୱେଲକମ ଟୁ ଦ ଫ୍ୟାମିଲି ପରେ ଟେକନୋଆର୍ଟ ପ୍ରଡକ୍ସନ ଦର୍ଶକଙ୍କ ପାଇଁ ଆଣିଛି ଆଉ ଏକ ୱେବ ସିରିଜ । ଏହି ନୂଆ ୱେବ ସିରିଜର ଟାଇଟଲ ରହିଛି ‘ଜନସ କାଫେ’ ।
ଏହି ନୂଆ ସିରିଜର ଅଫିସିଆଲ ଟିଜର ଟେକ୍ନୋଆର୍ଟ ପ୍ରଡକ୍ସନର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରାଯାଇଛି । ଏହି ରିରିଜରେ ଚୌଧୁରୀ ବିକାଶ ଦାସ, ଦିପାନ୍ୟୁତ ଦାସ ମହାପାତ୍ର, ପ୍ରଣବ ପ୍ରସନ୍ନ ରଥ, ପ୍ରଜ୍ଞା ବୋହିଦର, ଆଶିଷ କୁମାର, ଦେବାଶିଷ ସାହୁ ଏବଂ ରଶ୍ମି ରଂଜନ ନାୟକଙ୍କ ଅଭିନୟ ଦେଖିବାକୁ ମିଳିବ ।

ୱେବ ସିରିଜ ଜନସ କାଫେ, ଜନ ଅଙ୍କଲଙ୍କ ଉପରେ ଆଧାରିତ ଯେ କାଫେର ମାଲିକ । ସେ ତାଙ୍କ ଲାଇଫରେ ଅନେକ ଲୋକଙ୍କ ସହିତ ପରିଚିତ ହୋଇଛନ୍ତି । ଜନ ଅଙ୍କଲଙ୍କୁ କିଏ ଭଲରେ ଜାଣିଛି ତାହାକୁ ନେଇ ସିନ ଦେଖିବାକୁ ମିଳୁଛି ଟିଜରରେ । ସିରିଜର ସିନେମାଟୋଗ୍ରାଫି ଏବଂ ଏଡିଟିଂ ଅନୁପମ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶନା ଏବଂ କାହାଣୀ ଲେଖିଛନ୍ତି ରୋଶନ ବିଶୋଇ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More