Only for Entertainment

ସମସ୍ୟାରେ ପଡିପାରନ୍ତି ଦବଙ୍ଗ ଖାନ ! ପତ୍ରକାରଙ୍କୁ ଦୁର୍ବ୍ୟବହାର କରିବା ମାମଲାରେ ପୋଲିସକୁ ଜାଂଚ ଆଦେଶ ଦେଲେ କୋର୍ଟ

google
35

ମୁମ୍ବାଇରେ ପତ୍ରକାର ଅଶୋକ ପାଣ୍ଡେଙ୍କ ସହିତ ଦୁର୍ବ୍ୟବହାର ମାମଲାରେ ଏବେ ଅନେ୍ଧରୀ କୋର୍ଟ ପୋଲିସକୁ ସଲମାନ ଖାନଙ୍କ ବିରୋଧରେ ଜାଂଚ କରି ରିପୋର୍ଟ ଜମା କରିବାର ଆଦେଶ ଦେଇଛନ୍ତି ।

ଅସଲରେ ଅଭିଯୋଗ ଅନୁସାରେ ଏହି ଘଟଣା ୨୪ ଏପ୍ରିଲ ସକାଳେ ସଲମାନ ଖାନ ସାଇକେଲ ଚଲାଉଥିବା ବେଲେ ତାଙ୍କ ବଡିଗାର୍ଡ ମଧ୍ୟ ସାଥିରେ ଥିଲେ । ପତ୍ରକାର ପାଣ୍ଡେଙ୍କ କହିବା ଅନୁସାରେ ସେ କାରରେ ଯାଉଥିଲେ ଏବଂ ସଲମାନ ଖାନଙ୍କୁ ଦେଖିବା ପରେ ବଡିଗାର୍ଡଙ୍କୁ ପଚାରି ସେ ଅଭିନେତାଙ୍କ ଭିଡିଓ କରିଥିଲେ । କିନ୍ତୁ ଏହା ସଲମାନ ଖାନଙ୍କୁ ପସନ୍ଦ ଆସିନଥିଲା । ଏହା ପରେ ବଡିଗାର୍ଡ ଅଶୋକଙ୍କ ସହିତ ମାରପିଟ କରିଥିଲେ ।

ପତ୍ରକାର ଏହା ମଧ୍ୟ ଆରୋପ ଲଗାଇଛନ୍ତି ଯେ, ସଲମାନ ଖାନ ମଧ୍ୟ ତାଙ୍କ ଫୋନ ଛଡାଇ ମାରପିଟ କରିଥିଲେ । ସେ ଏହାକୁ ନେଇ ପୋଲିସରେ ଅଭିଯୋଗ କରିଥିଲେ ମାତ୍ର ପୋଲିସ ଅଭିଯୋଗ ଲେଖିନଥିଲେ । ଏହା ପରେ ସେ କୋର୍ଟକୁ ଯାଇଥିଲେ ।

ପତ୍ରକାର ଅଶୋକ ପାଣ୍ଡେ ଅନେ୍ଧରୀର ଅତିରିକ୍ତ ମୁଖ୍ୟ ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟଟ ଆର ଆର ଖାନଙ୍କ ଅଦାଲତରେ ଧାରା ୩୨୩, ୩୯୨ ଏବଂ ୫୦୬ରେ ଅଭିଯୋଗ ରୁଜୁ କରିଥିଲେ । ଏବେ କୋର୍ଟ ଏହି ଘଟଣାର ଜାଂଚ ପାଇଁ ପୋଲିସକୁ ଆଦେଶ ଦେଇଛନ୍ତି ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସଲମାନ ଏବେ ‘ଦବଙ୍ଗ ୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସଲମାନ ଖାନଙ୍କ ସହିତ ସୋନାକ୍ଷୀ ସିହ୍ନା ନଜର ଆସିବେ । ଫିଲ୍ମ ଆଗାମୀ ବର୍ଷ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More