Only for Entertainment

ପରଦାକୁ ଆସିବ ‘ଯୋଉଠି ଥିଲେ ବି ତୁ ମୋର’, ଦର୍ଶକ ଦେଖିବାକୁ ପାଇବେ ସମ୍ବିତ-ରିୟାଙ୍କ ଅନସ୍କ୍ରିନ କେମେଷ୍ଟ୍ରୀ

Best video clip
0 58

ଓଲିଉଡରେ ପ୍ରସ୍ତୁତ ହେଉଛି ରୋମାଂଟିକ ଚଳଚ୍ଚିତ୍ର ଯୋଉଠି ଥିଲେ ବି ତୁ ମୋର । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ସମ୍ବିତ ଓ ଅଭିନେତ୍ରୀ ରିୟା । ପ୍ରଥମ ଥର ପାଇଁ ଏହି ଯୋଡି ପରଦାରେ ଦେଖାଇବାକୁ ଯାଉଛନ୍ତି କମାଲ୍ । ତେବେ ଫିଲ୍ମର ସୁଟିଂ ସେଟର କିଛି ଫଟୋ ଏବେ ଲିକ୍ ହୋଇଛି । ଯେଉଁଥିରେ ସମ୍ବିତ୍ ଓ ରିୟାଙ୍କୁ ବେଶ ରୋମାଂଟିକ୍ ମୁଡରେ ନଜର ଆସିଛନ୍ତି ।

Sambit-Riya

ସିନେମାର ସୁଟିଂ ଏବେ ଜୋର୍ ସୋରରେ ଆଗେଇ ଚାଲିଛି । ଓଡିଶା ବାହାରେ ହିଲ୍ ଷ୍ଟେସନରେ ଚାଲିଛି ଫିଲ୍ମର ସୁଟିଂ । ଏବେ ଫିଲ୍ମର ସୁଟିଂ ସେଟର କିଛି ଫଟୋ ସୋସିଆଲ୍ ସାଇଟରେ ଭାଇରାଲ ହୋଇଛି । ଫିଲ୍ମର ଗୀତ ସୁଟିଂ ସମୟରେ ଏହି ସବୁ ଫଟୋ ନିଆ ଯାଇଛି । ଏହା ପୂର୍ବରୁ ଅଭିନେତା ସମ୍ବିତ୍ ନିଜ ସୋସିଆଲ୍ ସାଇଟରେ ରିୟାଙ୍କ ସହ ଆଉ ଏକ ଫଟୋ ସେୟାର୍ କରିଥିଲେ । ଫଟୋରେ ରିୟାଙ୍କୁ ସାଇକେଲରେ ବସାଇ ନେବାର ନଜର ଆସିଥିଲା । ଫଟୋରେ ରିୟାଙ୍କ ମଥାରେ ସିନ୍ଦୁର ଏବଂ ହାତରେ ଶଂଖା ଓ ଚୁଡି ମଧ୍ୟ ନଜର ଆସିଛି । ଯାହାକୁ ଦେଖି ଅନୁମାନ କରାଯାଇ ପାରେ ଫିଲ୍ମରେ ସମ୍ବିତଙ୍କ ପତ୍ନୀ ଭୂମିକାରେ ଅଭିନେତ୍ରୀ ରିୟା ନଜର ଆସିବେ । ଗତ ଜାନୁୟାରୀ ମାସରେ ଫିଲ୍ମର ଘୋଷଣା ହୋଇଥିଲା । ଯେଉଁଠି ଏହି ଦୁଇ ଲିଡ୍ ଷ୍ଟାର୍ ଫିଲ୍ମରେ ନିଜ ଭୂମିକା ବିଷୟରେ ଜଣାଇଥିଲେ ।

ରୋମାଂଟିକ୍ ଏବଂ ଥ୍ରୀଲର୍ ଷ୍ଟୋରି ଲାଇନକୁ ଏହି ନେଇ ସିନେମା ପ୍ରସ୍ତୁତ କରୁଛନ୍ତି ନିର୍ଦ୍ଦେଶକ ଶ୍ରିକାନ୍ତ ଗୌତମ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରେମ ଆନନ୍ଦ । ରଜ ଅବସରରେ ପରଦାକୁ ଆସିବ ଫିଲ୍ମ ଯୋଉଠି ଥିଲେ ବି ତୁ ମୋର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More