Only for Entertainment

ଜୁହି ପରମାର ସ୍ୱାମୀ ସଚ୍ଚିନ ଶ୍ରଫଙ୍କ ସହ ଭାଙ୍ଗିଲେ ସମସ୍ତ ସମ୍ପର୍କ, ଏହି ଦିନରେ ନେବେ ଛାଡପତ୍ର ।

BollywoodShaadis
0 69

ଛୋଟ ପରଦାରେ ଅନେକ ଦିନପୂର୍ବେ ଫେମସ ହୋଇଥିବା ଅଭିନେତ୍ରୀ ଜୁହି ପରମାର ନିଜ ସ୍ୱାମୀ ସଚ୍ଚିନ ଶ୍ରଫଙ୍କ ଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ସିରିଅଲ କୁମକୁମରେ ସେ ତାଙ୍କର ଖାସ ପରିଚୟ ବନାଇଥିଲେ । ଜୁହି ଏବଂ ସଚ୍ଚିନ ୨୦୦୯ରେ ବିବାହ କରିଥିଲେ କିନ୍ତୁ ବିବାହ ପରେ ତାଙ୍କ ମଧ୍ୟରେ ଥିବା ବିବାଦର ଖବର ଖୁବ ଆସିବାକୁ ଲାଗିଥିଲା । କିଛି ମାସ ପୂର୍ବେ ମଧ୍ୟ ଜୁହି କହିଥିଲେ ଯେ ସଚ୍ଚିନ ତାଙ୍କ ଠାରୁ ଅଲଗା ହୋଇ ରହୁଛନ୍ତି ଏବଂ ଖୁବ ଶୀଘ୍ର ଦୁହେଁ ଦୁହିଁଙ୍କୁ ଛାଡପତ୍ର ଦେବେ ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଜୁହି ଏବଂ ସଚ୍ଚିନଙ୍କର ଏକ ଝିଅ ମଧ୍ୟ ଅଛି କିଛି ସମୟ ପୂର୍ବେ ରାଜୀବ ଖଣ୍ଡେଲୱାଲଙ୍କ ଟିଭି ସୋ’ରେ ପହଂଚିଥିଲେ ଏବଂ ସେଠାରେ ସେ ତାଙ୍କ ଛାଡପତ୍ର ଓ ସଚ୍ଚିନଙ୍କ ସହ ଥିବା ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ । ସେ କହିଥିଲେ ଯେ ୨୫ଜୁନରେ ତାଙ୍କୁ ସଚ୍ଚିନଙ୍କ ଠାରୁ ଛାଡପତ୍ର ମିଳିଯିବ । ଜୁହି କୁମକୁମ ବ୍ୟତୀତ ରିଆଲିଟି ସୋ’ରେ ମଧ୍ୟ ଭାଗ ନେଇଥିଲେ । ଖବର ମୁତାବିକ ଦୁହେଁ ନିଜ ଇଚ୍ଛାରେ ଝିଅକୁ ନଜରରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ।

ଆପଣଙ୍କୁ ଏଠାରେ ଜଣାଇରଖୁଛୁ ଯେ ଜୁହି ଏବଂ ସଚ୍ଚିନ ୨୦୦୯ରେ ଜୟପୁରରେ ବିବାହ କରିଥିଲେ । ଦୁହେଁ ଜୟପୁରରେ ରାଜକୀୟ ପରମ୍ପରାରେ ବିବାହ କରିଥିଲେ । ନିଜ ବିବାହ ପାଇଁ ଖାସ ତାରିଖ ମଧ୍ୟ ଚୟନ କରିଥିଲେ । ଏପରିକି ୧୪ଫେବୃଆରୀରେ ନିର୍ବନ୍ଧ ମଧ୍ୟ କରିଥିଲେ । ତଥ୍ୟ ମୁତାବକ ଏକ ସାକ୍ଷାତକାରରେ ସଚ୍ଚିନ କହିଥିଲେ ଜୁହି ବହୁତ ରାଗିି ଏବଂ କଥା କଥାରେ ରାଗି ଯାଆନ୍ତି । ସେହିପରି ଜୁହି ଏକ ସାକ୍ଷାତକାରରେ କହିଥିଲେ ସଚ୍ଚିନଙ୍କୁ ଭୂଲି ଯିବା ଭଳି ରୋଗ ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More