Only for Entertainment

୨୦୧୬ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଖାଲି ପାଦରେ ପହଁଚିଥିଲେ ହଲିଉଡ ଅଭିନେତ୍ରୀ ଜୁଲିଆ ରବର୍ଟସ, ପରେ ଜଣା ପଡିଲା ପ୍ରକୃତ କାରଣ

CBS San Francisco
67

ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଜୁଲିଆ ରବର୍ଟସ୍‌ ୨୦୧୬ରେ ଯେଉଁ ଅବତାରରେ କାନ୍ ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚିଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହୀରାର ହାର ସହ କଳା ରଙ୍ଗର ଦାମୀ ଗାଉନ ପିନ୍ଧି ଜୁଲିଆ ରେଡ୍‌ କାର୍ପେଟରେ ପହଞ୍ଚିଥିବା ବେଳେ ପାଦରେ କିଛି ପିନ୍ଧି ନ ଥିବା ଦେଖା ଯାଇଥିଲା । ଜୁଲିଆଙ୍କୁ ଖାଲି ପାଦରେ ଦେଖି କିଛି ଲୋକ ଏହାକୁ ନୂଆ ଟ୍ରେଣ୍ଡ ବୋଲି ଭାବିଥିଲେ । କିନ୍ତୁ ପରେ ଅସଲ କାରଣ ସାମ୍ନାକୁ ଆସିଥିଲା ।

julia roberts

ସୂଚନା ମୁତାବକ, ୨୦୧୫ରେ ନିଜ ଫିଲ୍ମ ‘କୈରେଲ’ର ସ୍କ୍ରିନିଙ୍ଗ ପାଇଁ ୫୦ଜଣ ଯୁବତୀ ଆସି କାନରେ ପହଞ୍ଚିଥିଲେ । କିନ୍ତୁ ସେମାନେ ହାଇ ହିଲ୍‌ସ ପିନ୍ଧି ନଥିବାରୁ ସେମାନଙ୍କୁ ଭିତରକୁ ଯିବା ପାଇଁ ଅନୁମତି ମିଳି ନ ଥିଲା । ଅନେକ ଅନୁରୋଧ ପରେ ମଧ୍ୟ ସେମାନଙ୍କୁ ଭିତରକୁ ଛଡ଼ା ଯାଇ ନଥିଲା । ଏ ବିଷୟରେ ପରେ ଜୁଲିଆ ଶୁଣିବା ପରେ ଏଭଳି ପ୍ରଥାକୁ ବିରୋଧ କରି ୨୦୧୬ରେ ସେ ଖାଲି ପାଦରେ କାନ୍ ଯିବା ପାଇଁ ଚିନ୍ତା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More