Only for Entertainment

ବିଦ୍ୟୁତ ଜାମବାଲଙ୍କ ଫିଲ୍ମ ଜଙ୍ଗଲୀର ଟିଜର ରିଲିଜ, ଦେଖିବାକୁ ମିଳିବ ଜଙ୍ଗଲ ଏବଂ ମଣିଷର ମଜାଦାର କାହାଣୀ ।

you tube
17

ଅଭିନେତା ବିଦ୍ୟୁତ ଜାମବାଲଙ୍କ ଅପକମିଂ ଆକ୍ସନ-ଥ୍ରୀଲର ଫିଲ୍ମ ଜଙ୍ଗଲୀର ଟିଜର ରିଲିଜ ହୋଇସାରିଛି । ଏହି ଫିଲ୍ମରେ ବିଦ୍ୟୁତ ଜାମବାଲ ଏକ ପଶୁ ଚିକିତ୍ସକ ଭୂମିକାରେ ନଜର ଆସିଛନ୍ତି । ହାତୀ ମାନଙ୍କ ସହିତ ତାଙ୍କର ଗଭୀର ସମ୍ପର୍କ କାରଣରୁ ସେ ତସ୍କରମାନଙ୍କ ସହିତ ଲଢନ୍ତି । ଫିଲ୍ମର ଟିଜରରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଥିବା ପ୍ରେମକୁ ଦର୍ଶାଯାଇଛି । ଫିଲ୍ମରେ ବିଦ୍ୟୁତ ହାତୀମାନଙ୍କୁ ପ୍ରୋଟେକ୍ଟ କରୁଥିବାର ନଜର ଆସିବେ ।

ଜଙ୍ଗଲୀ ପିକଚର୍ସ ଏବଂ ଆମେରିକାନ ଫିଲ୍ମମେକର ଚକ ରସଲଙ୍କ କମ୍ପାନୀ ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି । କିଛି ଦିନ ପୂର୍ବେ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା ଯାହକୁ ଲୋକେ ଖୁବ ପସନ୍ଦ କରିଥିଲେ । ଟିଜରରେ ବିଦ୍ୟୁତ ହାତୀମାନଙ୍କ ଗହଣରେ ନଜକର ଆସିଛନ୍ତି । ଅଭିନେତା ବିଦ୍ୟୁତ ନିଜ ଆକ୍ସନ ପାଇଁ ବଲିଉଡରେ ବେଶ ପରିଚିତ ଏବଂ ଏହି ଫିଲ୍ମରେ ମଧ୍ୟ ତାଙ୍କୁ ଆକ୍ସନ ସିନରେ ଦେଖିବାକୁ ମିଳିବ । ବଲିଉଡରେ ଫରେଷ୍ଟ ଏବଂ ପଶୁମାନଙ୍କୁ ନେଇ ନିର୍ମାଣ କରାଯାଇଥିବା ଫିଲ୍ମ ମଧ୍ୟରୁ ଏହା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ହେବ । ଫିଲ୍ମ ୫ ଅପ୍ରେଲ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More