Only for Entertainment

ବିବାହ ବନ୍ଧନରେ ଦୁଇ ବ୍ୟାଡମିଣ୍ଟନ ତାରକା

zee news
16

ଭରାତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଏବଂ ପୁରୁପଲ୍ଲୀ କଶ୍ୟପ ୧୪ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସାଇନା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସୋୟାର କରି ଏହି ବିଷୟରେ ସୂଚନା ଦେଇଥିଲେ । ଏହି ଅବସରରେ ସାଇନା ତାଙ୍କ ସ୍ଵାମୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, “ଏହା ମୋ ଜୀବନର ଶ୍ରେଷ୍ଠ ମ୍ୟାଚ”।

 

୨୦୧୫ ମସିହାରୁ ଦୁହେଁ ପୁଲେଲା ଗୋପୀଚାନ୍ଦଙ୍କଠାରୁ ତାଲିମ ନେଉଛନ୍ତି। ୩ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଡେଟିଂ ଚାଲିଥିଲା। ଏ ସମ୍ପର୍କରେ କିଛି ମାସର ଚର୍ଚ୍ଚା ପରେ ଗତ ଅକ୍ଟୋବରରେ ସାଇନା ନିଜ ବାହାଘର ବାବଦରେ ସ୍ପଷ୍ଟ କରିଥିଲେ।

ଏହି ଯୋଡ଼ି ତେଲେଙ୍ଗାନା ବିଧାୟକ କେଟି ରାମା ରାଓ, ଫିଲ୍ମ ଅଭିନେତା ଚିରଞ୍ଜୀବୀ, ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହ ଏବଂ କୋଚ୍‌ ଗୋପୀଚାନ୍ଦ ଆଦି ବ୍ୟକ୍ତିଙ୍କୁ ତାଙ୍କ ରିସେପ୍ସନ ପାର୍ଟିକୁ ନିମନ୍ତ୍ରଣ କରିଛନ୍ତ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More