Only for Entertainment

ରାହୁଲ ବୋଷଙ୍କୁ ଦୁଇଟି କଦଳୀ ପାଇଁ ୪୪୨ ଟଙ୍କାର ବିଲ ଦେଇ ଫସିଲା ହୋଟେଲ, ଗଣିବ ୨୫ ହଜାରର ଜୋରିମାନା

Indiatimes
307

ଗତ କିଛି ଦିନ ହେବ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ରେ ଚାଲିଛି ରାହୁଲ ବୋଷ ମୂହୁର୍ତ୍ତ। ଚଣ୍ଡିଗଡ଼ଠାରେ ଥିବା ବିଳାଶମୟ ପଞ୍ଚତାରିକା ହୋଟେଲ୍‌ ଜେଡବ୍‌ଲୁ ମ୍ୟାରିୟଟ୍‌ରେ ରାହୁଲ ୨ଟି କଦଳୀ ବରାଦ କରିଥିଲେ। ଏହାର ବିଲ୍‌ ଆସିଥିଲା ୪୪୨ ଟଙ୍କା। ଏହି ବିଲ୍‌କୁ ସୋସିଆଲ୍‌ ମିିଡିଆରେ ସେୟାର୍‌ କରିଥିଲେ ରାହୁଲ୍‌। ତା’ପରେ ଟ୍ଵିଟର୍‌ରେ ଚାଲିଥିଲା ରାହୁଲ୍‌ ବୋଷ ମୁହୂର୍ତ୍ତ।

ଅନେକ ବ୍ୟବହାରକାରୀ ନିଜ ନିଜର ଅନୁଭୂତିକୁ ପ୍ରକାଶ କରି ତାଙ୍କର ରାହୁଲ ବୋଷ ମୁହୂର୍ତ୍ତକୁ ଟ୍ଵିଟର୍‌ରେ ଦେଇଥିଲେ। ଏବେ ଜାଣିବାକୁ ମିଳିଛି ଯେ ୨ଟି କଦଳୀ ପାଇଁ ଏତେ ଟଙ୍କା ବିଲ୍‌ ଦେଇଥିବା କାରଣରୁ ହୋଟେଲ୍‌ ଜେଡବ୍‌ଲୁ ମ୍ୟାରିୟଟ୍‌ ଉପରେ ୨୫ ହଜାର ଟଙ୍କାର ଜରିମାନା ହୋଇଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କଦଳୀର ଦର ଓ ଜିଏସ୍‌ଟି ଆଦି ମିଶାଇ ୪୪୨ ଟଙ୍କା ବିଲ୍‌ ହୋଇଥିଲା। କଦଳୀ ପରି କର ଛାଡ଼ ଏକ ଖାଦ୍ୟରେ ଜିଏସ୍‌ଟି କାହିଁକି ଲଗାଯାଇଛି ବୋଲି ଅଭିଯୋଗ ହେବା ପରେ ହୋଟେଲ୍‌ ଜରିମାନା ବାବଦରେ ତଣ୍ଡ ଗଣିବ ବୋଲି କୁହାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More