Only for Entertainment

ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ ଜ୍ୟୋତି-ଅନୁଭା, ଜାଣନ୍ତୁ କେଉଁ ଫିଲ୍ମରେ ।

you tube
26

ଓଲିଉଡ ନାୟିକା ଅନୁଭା ଖୁବ ଶୀଘ୍ର ଏକ ନୂଆ ଚଳଚ୍ଚିତ୍ରରେ ନଜର ଆସିବେ । ଏହାର ଶୀର୍ଷକ ହେଲା ‘ସାଥୀ ତୁ ଫେରିଆ’ । ତାଙ୍କ ବିପକ୍ଷରେ ପ୍ରଥମ ଥର ଲାଗି ନାୟିକ ଭାବେ ନଜର ଆସିବେ ଜ୍ୟୋତି ।

ଜ୍ୟୋତି ଆଗରୁ ଅଭିନେତ୍ରୀ ଅଙ୍କିତା, ଏଲିନା, ଝିଲିକ ଓ ତମନ୍ନା ପ୍ରଭୃତି ନାୟିକାଙ୍କ ସହିତ କାମ କରିଛନ୍ତି । ହେଲେ ‘ସାଥୀ ତୁ ଫେରିଆ’ ରେ ସେ ପ୍ରଥମ ଥର ପାଇଁ ଅନୁଭାଙ୍କ ସାଥ ପାଇଛନ୍ତି । ଅନୁଭା ଜ୍ୟୋତିଙ୍କଠାରୁ କ୍ୟାରିଅରରେ ବଡ଼ । କାରଣ ଅନୁଭା ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ମୁଁ ପ୍ରେମୀ ମୁଁ ପାଗଳ’ ଜରିଆରେ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ଫିଲ୍ମରେ ନବାଗତ ନାୟକ ହରିହରଙ୍କ ସହିତ ନଜର ଆସିଥିଲେ । ଏହାପରେ ଅନୁଭା ରିଭେଂଜ, ସୁଇଟ ହାର୍ଟ, ସମୟ ବଡ ବଳବାନ ଓ ବଜରଙ୍ଗୀ ଆଦି ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ନଜର ଆସିଥିଲେ । ସେ ହରିହର ଦାଶ, ବାବୁସାନ, ଅଭିଷେକ, ପୁପିନ୍ଦର, ଅଂଶୁମାନ ଓ ଅମ୍ଳାନ ପ୍ରମୁଖଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ।

ସେ ଯାହା ହେଉ କାହିଁକି ଜ୍ୟୋତି- ଅନୁଭାଙ୍କ ଯୋଡ଼ି ପ୍ରଥମ ଥର ପାଇଁ ପରଦାକୁ ଆସିବ ‘ସାଥୀ ତୁ ଫେରିଆ’ ରେ । ସାଇ ଶ୍ରଦ୍ଧା ଷ୍ଟୁଡିଓ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ଚଳଚ୍ଚିତ୍ରର କଥାବସ୍ତୁ ଏକ ପ୍ରେମ କାହାଣୀ ଉପରେ ଆଧାରିତ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ସୁଧାକର ବସନ୍ତ । ନିକଟରେ ଫିଲ୍ମର ଶୁଭ ମହୁରତ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବେ ଫିଲ୍ମର ସୁଟିଂ କାମ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମରେ ମହାଶ୍ୱେତା, ଶ୍ରୀତମ ଦାସ, ଅନୀସା, ମଣ୍ଟୁ, ପିଙ୍କି ପ୍ରଧାନ ପ୍ରମୁଖ କଳାକାର ଅଭିନୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More