Only for Entertainment

ପୁଣିଥରେ ପରଦାରେ ଜମିବ ଜ୍ୟୋତି ଓ ତମନ୍ନାଙ୍କ ଯୋଡି, ନିଝୁମ ରାତିର ସାଥି ପରେ ଏକାଠି ଆସିବେ ନଜର

YouTube
46

ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଆକ୍ସନ୍ ରୋମାଂଟିକ୍ ଚଳଚ୍ଚିତ୍ର ସୁପର୍ ବୟ । ସିନେମାରେ ନାୟକ ଭାବେ ନଜର ଆସିବେ ହ୍ୟାଣ୍ଡସମ୍ ଅଭିନେତା ଜ୍ୟୋତି ଏବଂ ତାଙ୍କ ବିପକ୍ଷରେ ନାୟିକା ଭାବେ ୟଙ୍ଗ – ବିୟୁଟିଫୁଲ୍ ଆକ୍ଟ୍ରେସ୍ ତମନ୍ନାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିବ । ଏହି ଯୋଡିଙ୍କ ଏହା ଦ୍ୱିତୀୟ ସିନେମା ହେବାକୁ ଯାଉଛି । ଏହାପୂର୍ବରୁ ଚଳଚ୍ଚିତ୍ର ନିଝୁମ୍ ରାତିର ସାଥିରେ ଏମାନେ ଏକାଠି ଆସିଛନ୍ତି ନଜର । ଯେଉଁଥିରେ ଏମାନଙ୍କ ଯୋଡିକୁ ଦର୍ଶକ କରିଥିଲେ ପସନ୍ଦ । ସିନେମାଟି ୨୦୧୭ରେ ଆସିଥିଲା ପରଦାକୁ । ଆଉ ଏବେ ୨ ବର୍ଷ ପରେ ଏମାନଙ୍କ ଯୋଡି ପୁଣିଥରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି । ଯାହାର ଟାଇଟେଲ୍ ରହିଛି ସୁପର୍ ବୟ ।

super boy ଅପକମିଂ ସିନେମା ‘ସୁପର୍ ବୟ’ର ପୋଷ୍ଟର୍ ଗୁଡିକ ରିଲିଜ୍ ହୋଇ ଯାଇଛି । ଅଭିନେତା ଜ୍ୟୋତି, ତମନ୍ନା ଓ ଶୁଭାଶିଷଙ୍କୁ ନେଇ ମେକର୍ ପ୍ରସ୍ତୁତ କରିଛନ୍ତି ଭିନ୍ନ ଭିନ୍ନ ପୋଷ୍ଟର୍ । ଯାହାକୁ ଏହି ସବୁ ଷ୍ଟାର୍ ନିଜ ସୋସିଆଲ୍ ମିଡିଆରେ କରିଛନ୍ତି ସେୟାର୍ । ଏହି ସବୁ ପୋଷ୍ଟର୍ରେ ଷ୍ଟାର୍ ମାନଙ୍କ ଭିନ୍ନ ଭିନ୍ନ ଲୁକ ଦେଖିବାକୁ ମିଳିଛି ଏହି ସବୁ ପୋଷ୍ଟରରେ । ନିକଟରେ ଫିଲ୍ମର ପୋଷ୍ଟର୍ ପାଇଁ ଫଟୋସୁଟ୍ କରିବାରେ ଜ୍ୟୋତି ଓ ତମନ୍ନାଙ୍କୁ ଦେଖିବାକୁ ମିଳିଥିଲା । ଭିନ୍ନ ଭିନ୍ନ କଷ୍ଟ୍ୟୁମରେ ପୋଜ୍ ଦେବାରେ ନଜର ଆସିଥିଲେ ଏହି ଯୋଡି ।

ଏହି ଅପକମିଂ ସିନେମାର ପ୍ରଯୋଜନା ଭାର ରବିନ୍ଦ୍ର ନାଥ ପଣ୍ଡା ତୁଲାଉଛନ୍ତି । ଏହାସହ ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି କେ. ଅନିଶ । ଏବଂ ସିନେମାର ମ୍ୟୁଜିକ୍ର ଭାର ତୁଲାଉଛନ୍ତି ବୈଦନାଥ ଦାସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More